ETV Bharat / state

ଅବପାତରେ ପରିଣତ ହେଲା ଲଘୁଚାପ, ୪ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା

ଲଘୁଚାପ ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ୨୭ ତାରିଖରୁ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ ।

IMD Weather Update
IMD Weather Update (ETV Bharat)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ । ବର୍ତ୍ତମାନ ଅବପାତଟି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଓ ତତ୍‌ସଲଗ୍ନ ପୂର୍ବ କେନ୍ଦ୍ରୀୟ ଭାରତ ମହାସାଗରରେ ରହିଛି । ଏହା ଘଣ୍ଟାପ୍ରତି ୩୦ କି.ମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ପରେ 2 ଦିନ ମଧ୍ୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଶ୍ରୀଲଙ୍କା- ତାମିଲନାଡୁ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବାକୁ ନଥିବା ବେଳେ ୨୭ ତାରିଖରୁ ୪ ଦିନ ରାଜ୍ୟରେ ବର୍ଷା ହେବ ।

୪ ଦିନ ଲାଗି ରହିବ ବର୍ଷା:

IMD Weather Update (ETV Bharat)

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୮ ତାରିଖ ୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ । ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର ଓ ଜଗତସିଂପୁର । ୨୯ ତାରିଖରେ ଗଞ୍ଜାମ ଓ ଗଜପତିରେ ବର୍ଷା ରହିବ । ସେହିପରି ୩୦ ତାରିଖରେ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡାରେ ବର୍ଷା ସମ୍ଭାବନା ରହିଛି । ଏହାସହ ଡିସେମ୍ବର ପହିଲାରୁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...କାଲି ଅବପାତର ରୂପ ନେବ ଲଘୁଚାପ, ୨୭ରୁ ୩ ଦିନ ଓଡ଼ିଶାରେ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ବାତ୍ୟା ! ୩ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା

ଏହି ଜିଲ୍ଲାରେ ରହିବ କୁହୁଡ଼ି:

ଆଗାମୀ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମୁଖ୍ୟତଃ ସୁଖିଲା ରହିବ । ମାତ୍ର ଉପକୂଳ ଓଡିଶାରେ ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଆଗାମୀ ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ସେହିପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...IMDର ଆକଳନ: ନଭେମ୍ବର ୨୭ ଓ ୨୮ରେ ଓଡ଼ିଶାରେ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ଲଘୁଚାପ: ୨୬ ଓ ୨୭ରେ ପ୍ରବଳ ବର୍ଷା, ଓଡ଼ିଶାରେ କେମିତି ରହିବ ପ୍ରଭାବ ?

କେଉଁଠି ଅଧିକ କେଉଁଠି କମ୍‌ ତାପମାତ୍ରା:

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୮.୨ ତାପମାତ୍ରା ରେକର୍ଡ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପପାତ୍ରା ୩୧.୮ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୧.୧ ଡିଗ୍ରୀ ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୨୭.୫ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.