ETV Bharat / technology

କଣ 31.5 ଇଞ୍ଚ ଢଳିପଡ଼ିଲା ପୃଥିବୀ ? ଖୁଲାସା କଲେ ବୈଜ୍ଞାନିକ - EARTH TILTED BY 31 5 INCHES

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଗତ 2 ଦଶନ୍ଧି ମଧ୍ୟରେ ପୃଥିବୀ 31.5 ଇଞ୍ଚ ଢଳିପଡ଼ିଛି । ଏପରି କାହିଁକି ହେଲା ଓ ହେବା ଦ୍ବାରା କଣ ରହିବ ପ୍ରଭାବ ? ଜାଣନ୍ତୁ...

EARTH TILTED BY 31.5 INCHES
EARTH TILTED BY 31.5 INCHES (ETV Bharat)
author img

By ETV Bharat Tech Team

Published : Nov 25, 2024, 5:21 PM IST

ହାଇଦ୍ରାବାଦ: ପୃଥିବୀ ଉପରେ ମାନବ ସମାଜର କାର୍ଯ୍ୟକଳାପର ଅପ୍ରତ୍ୟାଶିତ ପ୍ରଭାବ ପଡ଼ିଛି । ମାତ୍ର 20 ବର୍ଷରୁ ବି କମ୍‌ ସମୟ ମଧ୍ୟରେ ପୃଥିବୀର ଅକ୍ଷ 31.5 ଇଞ୍ଚ (0.8 ମିଟର/ 80ସେମି) ଢଳି ପଡ଼ିଛି । କିନ୍ତୁ ଏପରି କାହିଁକି ହେଲା ? ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ ଭୂତଳ ଜଳ ନିଷ୍କାସନ ପୃଥିବୀର ଅକ୍ଷକୁ ପରିବର୍ତ୍ତନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଭୂତଳ ଜଳ ନିଷ୍କାସନ କାରଣ:-

ଗତ ଦୁଇ ଦଶନ୍ଧି ଧରି ଅତ୍ୟଧିକ ମାତ୍ରାରେ ଭୂତଳ ଜଳ ନିଷ୍କାସନ ହେଉଛି । ଏଥିଲାଗି ପୃଥିବୀର ଅକ୍ଷ 31.5 ଇଞ୍ଚ ଢଳି ପଡ଼ିଛି । ଏକ ରିପୋର୍ଟ ଅନୁସାରେ 1993ରୁ 2010 ମସିହା ମଧ୍ୟରେ ପ୍ରାୟ 2160 ଗିଗାଟନ୍‌ ଭୂତଳ ଜଳ ନିଷ୍କାସନ କରାଯାଇଛି । ଯାହାଦ୍ବାରା ପୃଥିବୀ ଢଳି ପଡ଼ିଥିବା ବୈଜ୍ଞାନିକମାନେ କହିଛନ୍ତି । ପୃଥିବୀ ଢଳି ପଡ଼ିବା ଦ୍ବାରା ବୈଶ୍ବିକ ସ୍ତରରେ ସମୁ୍ଦର ଜଳ ସ୍ତର ମଧ୍ୟ 0.24 ଇଞ୍ଚ ବୃଦ୍ଧି ପାଇଛି ।

ଏହା ବି ପଢନ୍ତୁ
  1. NASAକୁ ବଡ଼ ସଫଳତା; ଠାବ ହେଲା ପୃଥିବୀର ନୂଆ ବୈଶ୍ବିକ ବୈଦ୍ୟୁତିକ କ୍ଷେତ୍ର
  2. ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ?

ଭୂତଳ ଜଳ କଣ ?

ଭୂତଳ ଜଳରଅର୍ଥ ହେଉଛି ମାଟି ତଳେ ଜମୁଥିବା ପାଣି, ଯାହାକି ମାଟି, ବାଲି ଓ ଚଟାଣ ସ୍ତରକୁ ଭରିଥାଏ । ଏହି ଜଳ ବର୍ଷା ପରେ ମାଟି ତଳକୁ ଯାଇଥାଏ । ଏହି ମାଟି ତଳ ଜଳ ପ୍ରକୃତିର ଜଳଭଣ୍ଡାର ଭାବେ କାମ କରିଥାଏ । ଯାହାକି ଜଳ ଚକ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମନୁଷ୍ୟ ସମାଜ ପ୍ରକୃତିର ଏହି ଗଚ୍ଛିତ ଜଳ ଭଣ୍ଡାର ଉପରେ ବିଭିନ୍ନ କାରଣରୁ ନିର୍ଭର କରିଥାଏ । ଯେପରିକି:

  • ପାନୀୟ ଜଳ: ବିଶେଷ କରି ଗ୍ରାମାଞ୍ଚଳ ଯେଉଁଠି ଭୂପୃଷ୍ଠ ଜଳ ସୀମିତ ରହିଥାଏ ।
  • କୃଷି: ଯେତେବେଳେ ନିଅଣ୍ଟିଆ ବର୍ଷା ହୁଏ ବା ନଦୀ ଜଳର ଅଭାବ ହୁଏ ସେତେବେଳେ କୃଷକମାନେ ଫସଲରେ ଜଳସେଚନ ପାଇଁ ଏହା ଉପରେ ନିର୍ଭର କରନ୍ତି ।
  • ଶିଳ୍ପ: ଶିଳ୍ପାନୁଷ୍ଠାନରେ ଉତ୍ପାଦନ ପ୍ରକ୍ରିୟା ଓ କୁଲିଂ ସିଷ୍ଟମ ଲାଗି ଭୂତଳର ବ୍ୟବହାର କରନ୍ତି ।

ପୃଥିବୀ ଢଳିବା ପାଇଁ କିଏ ଦାୟୀ ?

ରିପୋର୍ଟ ଅନୁଯାୟୀ ଏହି ପରିବର୍ତ୍ତନ ପାଇଁ ପଶ୍ଚିମ ଉତ୍ତର ଆମେରିକା ଏବଂ ଉତ୍ତର-ପଶ୍ଚିମ ଭାରତ ଭଳି ଅଞ୍ଚଳ ବିଶେଷ ଭାବେ ଦାୟୀ । ଡେଲି ଗାଲାକ୍ସିର ରିପୋର୍ଟ ଅନୁସାରେ, 'ଯେପରି ଏକ ସ୍ପିନ୍ ଟପ୍ ବା ଲଟୁ ଉପରେ ସାମାନ୍ୟ ଓଜନ ରଖିଦେଲେ ଏହା ଯେପରି ଢଳି ପଡ଼ିଥାଏ, ଠିକ ସେହିପରି ଜଳ ମଧ୍ୟ ଏପଟ ସେପଟ ହେଲେ ପୃଥିବୀ ସମାନ ଭାବରେ ପ୍ରଭାବିତ ହୋଇ ଢଳି ପଡ଼ିଥାଏ ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.