ମୁମ୍ବାଇ: ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରି ଚର୍ଚ୍ଚାରେ ଆସିଛନ୍ତି। ସେ ବଚ୍ଚନ ପରିବାର ବିରୋଧରେ ଅନେକ ଟିପ୍ପଣୀ କରିଥିବାରୁ କ୍ଷମା ମାଗିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘ଆଜି ମୋ ପିତାଙ୍କ ପୁଣ୍ୟତିଥି। ଆଉ ଆଜିର ଦିନରେ ମତେ ଅମିତାଭ ବଚ୍ଚନଙ୍କ ଏକ ମେସେଜ ମିଳିଛି। ଜୀବନର ଏହି ପର୍ଯ୍ୟାୟରେ, ଯେଉଁଠି ଜୀବନ ଓ ମୃତ୍ୟୁର ଲଢେଇ ଲଢୁଛି । ମୁଁ ଅମିତାଭ ଓ ତାଙ୍କ ପରିବାର ବିରୋଧରେ କରିଥିବା ଟିପ୍ପଣୀ ପାଇଁ ଦୁଃଖୀ । ଈଶ୍ବର ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ।’
ପ୍ରକାଶ ଥାଉକି କିଡନୀ ସମସ୍ୟା ରୋଗରେ ଆକ୍ରାନ୍ତ ଅଛନ୍ତି ଅମର । ବର୍ତ୍ତମାନ ତାଙ୍କ ଚିକିତ୍ସା ସିଙ୍ଗାପୁରରେ ଚାଲିଛି ।
ଅନେକ ବର୍ଷ ପୂର୍ବେ ଚର୍ଚ୍ଚା ଜୋର ଧରିଥିଲା ଯେ ଅମିତାଭ ଓ ଅମର ଭଲ ବନ୍ଧୁଥିଲେ । ହେଲେ ଏମିତି ଏକ ସମୟ ଆସିଥିଲା ଯେବେ ଦୁଇଜଣଙ୍କ ସମ୍ପର୍କରେ ଫାଟକ ସୃଷ୍ଟି ହୋଇଥିଲା । ଯାହାପରେ ବଚ୍ଚନ ପରିବାର ବିରୋଧରେ ଅନେକ ଟିପ୍ପଣୀ କରି ଚର୍ଚ୍ଚାରେ ଆସିଥିଲେ ଅମର ।