ETV Bharat / sitara

ବିଶାଖାପାଟନମ ଗ୍ୟାସ ଲିକ୍ ଘଟଣା: ସାଉଥ ସେଲିବ୍ରିଟି ଚକିତ - ଗ୍ୟାସ ଲିକ୍ ଘଟଣା

ଭାଇଜାଗ୍‌କୁ ନିଜର ସ୍ବତନ୍ତ୍ର ଜାଗା ବୋଲି ମାନୁଥିବା ଅଲୁ ଅର୍ଜୁନ କହିଛନ୍ତି ଯେ ଏପରି ଘଟଣା ତାଙ୍କ ହୃଦୟ ଭାଙ୍ଗିଦେଇଛି । ପ୍ରଭାବିତ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତଙ୍କର ଶିଘ୍ର ଆରୋଗ୍ୟ କାମନା କରିଛନ୍ତି । ଅଧିକ ପଢନ୍ତୁ...

ବିଶାଖାପାଟନମ ଗ୍ୟାସ ଲିକ୍ ଘଟଣା: ସାଉଥ ସେଲିବ୍ରିଟି ଚକିତ

author img

By

Published : May 7, 2020, 5:48 PM IST

ବିଶାଖାପାଟନମ: ଗୁରୁବାର ସକାଳୁ ବିଶାଖାପାଟନମର ଆରଆର ଭେଙ୍କଟପୁରମ ଗାଁରେ ଏକ ଦୁଃଖଦକର ଘଟଣା ଘଟିଛି । ଗ୍ୟାସ କମ୍ପାନୀରୁ ବିଷାକ୍ତ ଗ୍ୟାସ ବାହାରିବାରୁ 8ରୁ 10 ଜଣଙ୍କ ମୃତ୍ୟୁ ହେବା ସହ 5000ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । କମ୍ପାନୀର 3 କିଲୋମିଟର ପରିଧି ଭିତରେ ଥିବା ସମସ୍ତ ଅଞ୍ଚଳ ଏହି ଗ୍ୟାସ ସଂସ୍ପର୍ଶରେ ଆସିଛି । ଅନେକ ଲୋକ ଅସୁସ୍ଥ ହୋଇ ରାସ୍ତା ଉପରେ ପଡିଥିବାର ଦେଖାଯାଇଛି ।

ଯାହାକୁ ନେଇ ବିବ୍ରତ ହୋଇଛନ୍ତି ଟଲିଉଡ ଷ୍ଟାର । ଘଟଣାରେ ଚକିତ ହେବା ସହ ଅନେକ ସାଉଥ ଆକ୍ଟର, ଡିରେକ୍ଟର ଏଥିରେ ଦୁଃଖ ପ୍ରକାଶ କରିଛନ୍ତି । ଲୋକଙ୍କ ସୁସ୍ଥ କାମନା କରିବା ସହ ଏହା ଉପରେ ଟ୍ବିଟ କରି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନିର୍ଦ୍ଦେଶକ ରାମଗୋପାଳ ବର୍ମା ଘଟଣା ଉପରେ ଲଗାତାର ଟ୍ବିଟ କରି କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ଥିବାରୁ ଭଗବାନ ରିଅଲ ଲାଇଫରେ ଥ୍ରିଲର ଫିଲ୍ମ ତିଆରି କରୁଛନ୍ତି । ଏହାସହ ସେ ଲେଖିଛନ୍ତି ଯେ ଜାତୀୟତା ଓ ଧର୍ମ ନଦେଖି ବିଶ୍ବରେ କେବଳ ଆତଙ୍କବାଦୀ, ଭୂତାଣୁ ଓ ଭଗବାନ ସମସ୍ତଙ୍କୁ ମାରୁଛନ୍ତି ।

ସେହିପରି ଭାଇଜାଗ୍‌କୁ ନିଜର ସ୍ବତନ୍ତ୍ର ଜାଗା ବୋଲି ମାନୁଥିବା ଅଲୁ ଅର୍ଜୁନ କହିଛନ୍ତି ଯେ ଏପରି ଘଟଣା ତାଙ୍କ ହୃଦୟ ଭାଙ୍ଗିଦେଇଛି । ଏଥିରେ ସେ ମର୍ମାହତ । ପ୍ରଭାବିତ ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତଙ୍କର ଶିଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ବାହୁବଳୀ ନିର୍ଦ୍ଦେଶକ ରାଜାମୌଲୀ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ସେ ଭାଇରାଲ ହେଉଥିବା ଭିଡିଓ ଦେଖି ଚକିତ ହୋଇଥିବା କହିଛନ୍ତି । କେବଳ ରାଜାମୌଲୀ ନୁହନ୍ତି ଏହି ଭିଡିଓରେ ମହେଶ ବାବୁ, ଜୁନିୟର ଏନଟିଆର, ରାମଚରଣ ଓ ପ୍ରଭାସଙ୍କ ଭଳି ସୁପରଷ୍ଟାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବା ଟ୍ବିଟରେ ପ୍ରକାଶ କରିଛନ୍ତି ।

ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଛି । ବଲିଉଡ ଷ୍ଟାର ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.