ETV Bharat / sitara

ଆଲିଗଡ ହତ୍ୟା ଘଟଣା: ରାଗରେ ବଲିଉଡ କଳାକାର - bollywood celebrity

ଆଲିଗଡ ହତ୍ୟା ମାମଲାକୁ ବିରୋଧ କଲେ ବଲିଉଡ କଳାକାର । ଟ୍ବିଟ କରି ରାଗରେ ବି-ଟାଉନ ।

ଡିଜାଇନ ଫଟୋ
author img

By

Published : Jun 8, 2019, 12:03 PM IST

ହାଇଦ୍ରାବାଦ: ଉତ୍ତରପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଏନେଇ ଦେଶସାରା ହଇଚଇ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ସମସ୍ତେ ଦୋଷୀକୁ ଫାସୀ ଦିଆଯାଉ ବୋଲି ଅପିଲ କରୁଛନ୍ତି । ଅନ୍ୟପକ୍ଷେ ବଲିଉଡ କଳାକାର ମଧ୍ୟ ଦୋଷୀଙ୍କୁ କଡା ଶାସ୍ତି ଦିଆଯାଉ ବୋଲି କହିଛନ୍ତି ।

aligarh murcer case
ଡିଜାଇନ ଫଟୋ

ଅଭିଷେକ ବଚ୍ଚନଙ୍କଠୁ ଆରମ୍ଭ କରି ସନ୍ନି ଲିଓନି ଓ ଅର୍ଜୁନ କପୁର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସମସ୍ତେ ଏକ ସ୍ବରରେ ଏହାର ବିରୋଧ କରିଛନ୍ତି । ଅଭିନେତ୍ରୀ ସନ୍ନି ଲିଓନି ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଆମେ ଗୋଟେ ଏମିତି ଦୁନିଆରେ ଅଛେ ଯେଉଁଠି ମଣିଷପଣିଆ ମରିଯାଇଛି । ଅନ୍ୟପକ୍ଷେ ଅଭିଷେକ ବଚ୍ଚନ ଏହି ଖବର ଶୁଣିବି ପରେ ରାଗରେ ଥିବା ବେଳେ ଜଣେ କିପରି ଏମିତି କରିପାରିବ ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ଅଭିଷେକ ।

ସେହିପରି ଖିଲାଡି ଅକ୍ଷୟ କୁମାର ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାସହ କହିଛନ୍ତି ଶିଶୁମାନଙ୍କ ପାଇଁ ଏହା ସୁରକ୍ଷିତ ଦେଶ ନୁହେଁ ବୋଲି କହିଛନ୍ତି ଅକ୍ଷୟ ।

ପ୍ରକାଶ ଥାଉକି, ଗତ 30 ତାରିଖରେ ଅଢେଇ ବର୍ଷର ଶିଶୁ କନ୍ୟା ଖେଳୁଥିବା ସମୟରେ ଗାୟବ ହୋଇଯାଇଥିବା ବେଳେ 2 ଜୁନରେ ଶିଶୁର ମୃତଦେହ ଆବର୍ଜନା ଗଦାରୁ ମିଳିଥିଲା । ଏହାସହ ଶିଶୁର ଆଖିକୁ ବାହାର କରିଦିଆଯାଇଥିଲା । ତେବେ ମାମଲାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି ।

ସ୍ଲଗ-ଟ୍ରକ ଧକ୍କା ଦେଲା ମଟର ସାଇକେଲ କୁ ,ଜଣେ ମୃତ ଜଣେ ଗୁରୁତର
ଆଙ୍କର- ଆଜି ମଟର ସାଇକେଲ ଉପରେ ଏକ ଟ୍ରକ ଚାପି ଦେବାରୁ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଗୁରୁତର କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଆଜି ଦିନରେ ପୁରୁଣା ସହର ଅଞ୍ଚଳର ଅଭିମନ୍ୟୁ ଜେନା ଓ ସନାତନ ନାଏକ ଏକ ମଟର ସାଇକେଲରେ ଜାତୀୟ ରାଜପଥଦେଇ ନିଜ ଘରକୁ ଯାଉଥିବା ବେଳେ ଦେଇ ନଳା ଘାଟ ସାହି ନିକଟରେ ଦ୍ରୁତ ଗତିରେ ଆସି ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ମଟର ସାଇକେଲ ର ପଛରେ ବସିଥିବା ସନାତନ ନାଏକ ଛିଟିକି ପଡି ଗଲା ପରେ ତାଙ୍କ ଉପରେ ଟ୍ରକଟି ମାଡି ଯାଇଥିଲା । ଫଳରେ ଦୃଘଟଣା ସ୍ଥଳରେ ସନାତନ ଙ୍କ ମୃତ୍ୟୁ ହୋଇ ଥିବାବେଳେ ଅଭିମନ୍ୟୁ ଗୁରୁତର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ଟାଉନ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକ କୁ ଧରିବାକୁ ଉଦ୍ୟମ ଜାରି ରଖିଛି । ପ୍ରକାଶ ଯେ ଆଜି ସକାଳୁ ଟ୍ରକ ଚପାରେ ଦୁଇ ଭଉଣୀ ଙ୍କ ମୃତ୍ୟୁ ହୋଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.