ନୂଆଦିଲ୍ଲୀ:ଗତକାଲି ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଥିଲା ଥିଲା । ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ଅଭିନେତ୍ରୀ ଆଲିଆ ଅର୍ଜୁନଙ୍କ ସହିତ ଏକ ଆକର୍ଷଣୀୟ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଆଲିଆ ଅର୍ଜୁନଙ୍କ ସହିତ ଏକ ଥ୍ରୋବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଆଲିଆଙ୍କ ସହିତ ରଣବୀର କପୁର, ଅର୍ଜୁନ କପୁରଙ୍କ ସହିତ ତାଙ୍କ ଲେଡି ଲଭ୍ ମଲାଇକା ଆରୋରା ଏବଂ ନତାଶା ପୁନାୱାଲାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପସନରେ ଆଲିଆ ଲେଖିଛନ୍ତି, ଖୁସିର ଦିନ ଏବଂ ବର୍ଷ… ବହୁତ ସାରା ଭଲପାଇବା ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ କି, ଗତ ବର୍ଷ ଏହି ସମସ୍ତ ସେଲିବ୍ରିଟି ନ୍ୟୁୟର୍କରେ ଥିଲେ । ଯେତେବେଳେ ରଣବୀରଙ୍କ ପିତା ଋଷି କପୁର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ସେହିସମୟରେ ଏହି ସେଲିବ୍ରିଟିମାନଙ୍କ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା । ଯେଉଁଥିରେ ରଣବୀର ଆଲିଆଙ୍କ ଗାଲରେ କିସ୍ ଦେଉଥିବାବେଳେ, ଅର୍ଜୁନ ମଲାଇକାଙ୍କୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା ।
ଗତ ବର୍ଷ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ଏକ ପ୍ରିୟ ନୋଟ୍ ଲେଖି ତାଙ୍କର ଅର୍ଜୁନଙ୍କ ସହିତ ଥିବା ରିଲେସନସିପକୁ ଅଫିସିଆଲ୍ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ରଣବୀର ଏବଂ ଆଲିଆ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ । ଏହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ସମେତ ଅମିତାଭ ବଚ୍ଚନ, ଡିମ୍ପଲ୍ କପାଡିଆ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ବଡ ପରଦାରେ ଆସିବାର ଯୋଜନା ରହିଛି ।