ମୁମ୍ବାଇ: କ୍ୟୁଟ ଆଲିୟା ଭଟ୍ଟ ଏବେ ନିଜ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ ସେ ପ୍ରଥମଥର ନିଜ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ । ଆଜି ଆଲିୟାଙ୍କ ମାଆ ଅଭିନେତ୍ରୀ ସୋନି ରାଜଧାନ 63 ବର୍ଷରେ ପଦାର୍ପଣ କରିଛନ୍ତି । ମାଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ସୋସିଆଲ ମିଡିଆରେ ଆଲିୟା ଏକ ସ୍ପେଶାଲ ଫଟୋ ସେୟାର କରିଛନ୍ତି।
- " class="align-text-top noRightClick twitterSection" data="
">
ନିଜ ପିଲାବେଳେର ଏକ ଫଟୋ ପୋଷ୍ଟ କରିଛନ୍ତି ଆଲିୟା । ଯେଉଁଥିରେ ସେ ମଆ'ଙ୍କ କୋଳରେ ଖେଳୁଥିବାର ନଜର ଆସୁଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ ପ୍ରେରଣାଦାୟକ, ବୁଦ୍ଧିମତା, ସୁନ୍ଦର, ସ୍ପେଶାଲ ସୋଲ ଯିଏ ମୋ ପାଖରେ ଅଛନ୍ତି । ମୁଁ ଆପଣଙ୍କୁ ବହୁତ ପ୍ରେମ କରୁଛି । ଧନ୍ୟବାଦ ମତେ ଦୁନିଆକୁ ଆଣିବା ପାଇଁ । ହାପି ବର୍ଥଡେ ମାମା।’
ପ୍ରକାଶ ଥାଉକି ସୋନିଙ୍କ ଜନ୍ମଦିନ ପାଇଁ ଆଲିୟା ଲଣ୍ଡନରୁ ଗତ କାଲି ରାତିରେ ଭାରତକୁ ଫେରିଥିଲେ । ସେ କିଛି ଦିନ ପୂର୍ବରୁ ରଣବୀରଙ୍କ ସହ ଲଣ୍ଡନ ଭେକେଶନରେ ଯାଇଥିଲେ ।