ମୁମ୍ବାଇ: ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇସାରିବା ପରେ କ୍ୟୁଟ ଆଲିୟା ଭଟ୍ଟ ଏବେ ସାଉଥ ଇଣ୍ଡଷ୍ଟ୍ରିକୁ ମୁହାଁଛନ୍ତି । ସେ ଖୁବଶୀଘ୍ର ତେଲୁଗୁ ପିରିୟଡ ଆକ୍ସନ ଫିଲ୍ମ ‘ଟ୍ରିପଲ ଆର’ରେ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଏସ ଏସ ରଜାମୌଲୀ । ଆଲିୟାଙ୍କ ବ୍ୟତୀତ ଫିଲ୍ମରେ ତେଲୁଗୁ ସୁପରଷ୍ଟାର ଏନଟି ରାମା ରାଓ ଓ ରାମ ଚରଣ ମୁଖ୍ୟ ଭୂମିକାରେ ଦେଖାଯିବେ ।
‘ଟ୍ରିପଲ ଆର’ ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ଆଲୁରି ସୀତାରାମା ରାଜୁ ଓ କୋମାରାମ ଭୀମଙ୍କ ଜୀବନ ଉପରେ ଆଧାରିତ । ଯିଏ ବ୍ରିଟିଶ ରାଜ ଓ ନିଜାମଙ୍କ ବିରୋଧରେ ଲଢିଥିଲେ । ଇତିମଧ୍ୟରେ ଆଲିୟା ସୋସିଆଲ ମିଡିଆରେ ଫିଲ୍ମକୁ ନେଇ କିଛି ସୂଚନା ଦେଇଛନ୍ତି । ସେ ଏକ ପୋଷ୍ଟ ଇନଷ୍ଟାଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ‘ଟ୍ରିପଲ ଆର ବନ୍ଧୁତ୍ବ ଉପରେ ଆଧାରିତ’ ।
ପ୍ରକାଶ ଥାଉକି ବର୍ତ୍ତମାନ ଆଲିୟା ପିତା ତଥା ଫିଲ୍ମ ନିର୍ମାତାଙ୍କ ମହେଶ ଭଟ୍ଟଙ୍କ ରୋମାଣ୍ଟି ଡ୍ରାମା ଫିଲ୍ମ ‘ସଡ଼କ-2’ରେ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି 1991ରେ ଆସିଥିବା ତାଙ୍କ ଭଉଣୀ, ଅଭିନେତ୍ରୀ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ ‘ସଡ଼କ’ର ସିକ୍ବେଲ ଫିଲ୍ମ । ସେହିପରି ‘ସଡ଼କ-2’ରେ ଆଲିୟାଙ୍କ ସହ ଆଦିତ୍ୟ ରାୟ କପୁର, ସଞ୍ଜୟ ଓ ପୂଜା ଭୂମିକାରେ ନଜର ଆସିବେ ।