ETV Bharat / sitara

ବିବାହ କରିବେ ରଣବୀର-ଆଲିୟା, ଭେନ୍ୟୁ ପାଇଁ ଯାଇଛନ୍ତି ଯୋଧପୁର !

author img

By

Published : Sep 27, 2021, 3:59 PM IST

ବିବାହ ପାଇଁ ୱେଡିଙ୍ଗ ଭେନ୍ୟୁ ଖୋଜୁଛନ୍ତି ବଲିଉଡ ଲୋକପ୍ରିୟ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ! ଅଧିକ ପଢନ୍ତୁ...

ଯୋଦ୍ଧପୁରରେ Wedding venue ଖୋଜୁଛନ୍ତି ଆଲିଆ-ରଣବୀର !

ହାଇଦ୍ରାବାଦ: ବଲିଉଡ଼ର ୨ ଲୋକପ୍ରିୟ ଆକ୍ଟର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଯୋଦ୍ଧପୁର ଯାଇ ନିଜ ବିବାହ ପାଇଁ ୱେଡିଙ୍ଗ ଭେନ୍ୟୁ ଖୋଜୁଥିବା ଖବର ମିଳିଛି । ଉଭୟଙ୍କ ରାଜସ୍ଥାନ ଟ୍ରିପର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରଣବୀର ଓ ଆଲିଆଙ୍କ ବିବାହ ଖବର କୋରୋନା ମହାମାରୀ ପାଇଁ ଦବି ଯାଇଥିଲା । ମାତ୍ର ମହାମାରୀରେ ସୁଧାର ଆସିବା ପରେ ପୁଣି ଦୁହିଁଙ୍କ ବିବାହ ଖବର ଶୁଣିବାକୁ ମିଳୁଛି । ଯୋଦ୍ଧପୁର ଏୟାରପୋର୍ଟରେ ଉଭୟଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଏହି ଖବର ଶୁଣିବା ପରେ ଉଭୟଙ୍କ ପ୍ରଶଂସକ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳିଛି । ସେପଟେ ରଣବୀରଙ୍କ ବର୍ଥ ଡେ' ସେପ୍ଟେମ୍ବର ୨୮ ତାରିଖରେ ଥିବାରୁ ସେମାନେ ଯୋଦ୍ଧପୁର ଗସ୍ତ କରିଥିବା ମଧ୍ୟ ସୂଚନା ମିଳିଛି ।

ରଣବୀର ଓ ଆଲିଆ ଯୋଦ୍ଧପୁର ଏୟାରପୋର୍ଟରେ ପହଞ୍ଚିବା ପରେ ଜୱାଇବନ୍ଧକୁ ରାସ୍ତା ଯୋଗେ ଯାଇଥିଲେ । ଉଭୟଙ୍କ ବିବାହକୁ ବାଦ ଦେଲେ ଏହି ଯୋଡିକୁ ଫିଲ୍ମ ପରଦାରେ ମଧ୍ୟ ଫ୍ୟାନ୍ସମାନେ ଦେଖିବାକୁ ଖୁବ ଉତ୍ସାହିତ ରହିଛନ୍ତି । ଉଭୟଙ୍କୁ ଆଗକୁ ଆୟନ ମୁଖାର୍ଜୀଙ୍କ 'ବ୍ରହ୍ମାସ୍ତ୍ର'ରେ ଏକାଠି ଦେଖିବାକୁ ମିଳିବ । ରଣବୀର ଆଗକୁ ସନ୍ଦୀପ ରେଡ୍ଡି ଭଙ୍ଗାଙ୍କ ଗ୍ୟାଙ୍ଗଷ୍ଟାର ଡ୍ରାମା ଫିଲ୍ମ 'ଆନିମଲ', କରନ ମଲହୋତ୍ରାଙ୍କ ଶମଶେରା ଓ ଲଭ ରଞ୍ଜନଙ୍କ କିଟ୍ଟି ଫିଲ୍ମରେ ଦେଖିବାକୁ ମିଳିବ । ସେପଟେ ଆଲିଆ 'ଗଙ୍ଗୁବାଇ କାଠିୱାଡି' ସହିତ RRR, କରନ ଜୋହରଙ୍କ 'ରକି ଔର ରାନି କି ପ୍ରେମ କାହାଣୀ' ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.