ମୁମ୍ବାଇ: ବର୍ତ୍ତମାନ ଦୁଃଖରେ ଅଛନ୍ତି ଆଲିୟା ଭଟ୍ଟ । କାରଣ ତାଙ୍କ ସାଥ ଛାଡି ଚାଲିଛନ୍ତି ତାଙ୍କ ପୋଷା ବିଲେଇ । ଯାହାକୁ ହରାଇ ମର୍ମାହତ ଅଭିନେତ୍ରୀ । ବିଲେଇର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସେ । ଆଉ ସୋସିଆଲ ମିଡିଆରେ ପୋଷ୍ଟ କରି ବିଲେଇକୁ ବିଦାୟ ଦେଲେ । ବର୍ତ୍ତମାନ ତାଙ୍କ ଏହି ଦୁଃଖ ରୂପ ଦେଖି ଫ୍ୟାନ୍ସ ମଧ୍ୟ ଭାବିବିହ୍ବଳ ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ସେ ବିଲେଇ ସହ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଗୁଡବାଏ ମାଇଁ ଏଞ୍ଜେଲ ।’ ସେପଟେ ଫ୍ୟାନ୍ସ କମେଣ୍ଟ କରି ତାଙ୍କୁ ସମବେଦନା ଜଣାଇବାରେ ଲାଗିଛନ୍ତି । ଜଣେ ଫ୍ୟାନ କମେଣ୍ଟରେ ଲେଖିଛନ୍ତି, ‘ଭଗବାନ ବିଲେଇ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’ ଦ୍ବିତୀୟ ଫ୍ୟାନ ଲେଖିଛନ୍ତ, ‘ତୁମେ ଦୁହେଁ ଏହି ଫଟୋରେ କ୍ୟୁଟ ନଜର ଆସୁଛ ।’
ଫ୍ୟାନ୍ସଙ୍କ ବ୍ୟତୀତ ବଲିଉଡ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ, ଶିଳ୍ପା ସେଟ୍ଟୀ, ମୌନୀ ରାୟ ଏବଂ ଭୂମି ପେଡନେକର ଭଳି ଷ୍ଟାର୍ସ ପ୍ରତିକ୍ରିୟା ଦେଇଛନ୍ତି ।