ETV Bharat / sitara

ଆୟନଙ୍କ ଜନ୍ମଦିନ ଧୁମଧାମରେ ପାଳନ କଲେ ଆଲିୟା ଓ ମୌନୀ

36 ବର୍ଷରେ ପଦାର୍ପଣ କଲେ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ । ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ବ୍ୟସ୍ତ ଥିବା ଆୟନଙ୍କ ବର୍ଥଡେ ସେଲିବ୍ରେଶନ କଲେ ଆଲିୟା ଭଟ୍ଟ ଓ ମୌନୀ ରଏ ।

author img

By

Published : Aug 16, 2019, 6:28 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଯେଉଁଠାରେ ଗୁରୁବାର 73ତମ ସ୍ବାଧୀନତା ଦିବସ ଏବଂ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାରେ ବ୍ୟସ୍ତ ଦେଶବାସୀ । ସେହିଠାରେ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ମୌନୀ ରଏ ଆଉ ଏକ ସେଲିବ୍ରେଶନ ମୁଡରେ ନଜର ଆସିଛନ୍ତି । ପ୍ରଥମଥର ଏହି ଦୁଇ ଅଭିନେତ୍ରୀ ଏକାଠି ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖାଯିବେ । ଅନ୍ୟପଟେ ଗୁରୁବାର ଆୟନଙ୍କ 36ତମ ଜନ୍ମଦିନ ପାଳନ କରିବାକୁ ତାଙ୍କ ଘରେ ପହଞ୍ଚିଯାଇଥିଲେ ଆଲିୟା ଓ ମୌନୀ ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରାୟ

ଏହି ଅବସରକୁ ସୋସିଆଲ ମିଡିଆରେ ମଧ୍ୟ ସେଲିବ୍ରେଶନ କରିଛନ୍ତି ଦୁଇ ଅଭିନେତ୍ରୀ । ଆୟନଙ୍କ ସହ ଫଟୋ ସେୟାର କରି ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଆଲିୟା ଓ ମୌନୀ ।

ପ୍ରକାଶ ଥାଉକି ଜୟ ମୁଖାର୍ଜୀଙ୍କ ପୁତୁରା ହେଉଛନ୍ତି ଆୟନ । ଅଭିନେତ୍ରୀ କାଜୋଲ ଓ ତନିଷାଙ୍କ ଦାଦା ପୁଅ ଭାଇ ହେବା ସହ ଆୟନ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ମଧ୍ୟ ଭାଇ ।

ସହ-ନିର୍ଦ୍ଦେଶକ ରୂପେ ପ୍ରଥମେ ଫେମସ ନିର୍ମାତା ଆଶୁତୋଷ ଗୋୱାରେକରଙ୍କ ଫିଲ୍ମ ‘ସ୍ବଦେଶ’ ଏବଂ କରନ ଜୋହରଙ୍କ ଫିଲ୍ମ ‘କଭି ଅଲବିଦା ନା କୈହନା’ରେ କାମ କରିଥିଲେ । ଆଉ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ୱକେ ଅପ ସିଡ’ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ ଆୟନ । ଏହାପରେ ତାଙ୍କର ‘ୟେ ଜୱାନି ହେ ଦିୱାନି’ ହିଟ୍ ହୋଇଥିଲା । ଆଉ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂରେ ବ୍ୟସ୍ତ ଆୟନ ।

Intro:Body:

sf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.