ETV Bharat / sitara

ଅକ୍ଷୟଙ୍କ ‘ସବ କୁଶଲ ମଙ୍ଗଲ’ରେ ଦୁଇ ନୂଆ ଚେହେରା - ନବାଗତ ଅଭିନେତା ପ୍ରିୟଙ୍କ ଶର୍ମାଟ

ପୁଣି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ଷ୍ଟାରକିଡ୍ସ । ଅକ୍ଷୟ ଖନ୍ନାଙ୍କ ଆଗାମୀ ଫିଲ୍ମ ସବ କୁଶଲ ମଙ୍ଗଲରେ ନଜର ଆସିବେ ରବି କିଶନଙ୍କ ଝିଅ ରିବା କିଶନ ଓ ପଦ୍ମିନି କୋଲ୍ହାପୁରିଙ୍କ ପୁଅ ପ୍ରିୟଙ୍କ ଶର୍ମା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ ଖନ୍ନା ଫ୍ୟାନକ୍ଲବ
author img

By

Published : Nov 4, 2019, 4:24 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସେକ୍ସନ 375ରେ ଅଭିନେତା ଅକ୍ଷୟ ଖନ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ବି-ଟାଉନର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ନଜର ଆସିଥିଲେ । ଫିଲ୍ମଟି ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଇତିମଧ୍ୟ ଅକ୍ଷୟ ଆଉ ଏକ ଫିଲ୍ମ ନେଇ ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଯାହାର ରିଲିଜ ତାରିଖ ସୋମବାର ଘୋଷଣା ହୋଇଯାଇଛି । ଆଜ୍ଞା ହଁ, ଅକ୍ଷୟ ନିଜ ଅକପମିଂ ଫିଲ୍ମ ସବ କୁଶଲ ମଙ୍ଗଲ ସୁଟିଂରେ ବର୍ତ୍ତମାନ ଖୁବ୍ ବ୍ୟସ୍ତ।

ଏହି କମେଡି,ରୋମାଣ୍ଟି ଡ୍ରାମା ଫିଲ୍ମକୁ ଆସନ୍ତା ବର୍ଷ ଜାନୁଆରୀ 3ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ। ଏହି ଫିଲ୍ମ ଜରିଆରେ ବଲିଉଡରେ ଆଉ ଦୁଇ ନୂଆ ଚେହେରା ପଦାର୍ପଣ କରିବାକୁ ଯାଉଛନ୍ତି । ବିଶିଷ୍ଟ ଅଭିନେତ୍ରୀ ପଦ୍ମିନି କୋଲ୍ହାପୁରିଙ୍କ ପୁଅ ପ୍ରିୟଙ୍କ ଶର୍ମା ଓ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଶନଙ୍କ ଝିଅ ରିବା କିଶନ ଫିଲ୍ମରେ ନଜର ଆସିବେ । ସବ କୁଶଲ ମଙ୍ଗଲ ଦୁଇଜଣଙ୍କ ଡେବ୍ୟୁ ଫିଲ୍ମ ।

ଜାରି ହୋଇଥିବା ନୂଆ ପୋଷ୍ଟରେ ଦେଖିବାକୁ ମିଳୁଛି ଯେ ଅକ୍ଷୟ ଯେଉଁଠାରେ ପ୍ରିୟଙ୍କଙ୍କ ବେକରେ ବନ୍ଧୁକ ଲଗାଇଛନ୍ତି, ସେହିଠାରେ ସେ ରିବାଙ୍କୁ ଗୋଲାପ ଫୁଲ ଦେଉଥିବାର ନଜର ଆସୁଛନ୍ତି । ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ କରନ ବିଶ୍ବନାଥ କଶ୍ୟପ ତୁଲାଇଥିବା ବେଳେ ନିତିନ ମନମୋହନଙ୍କ ଏଣ୍ଟରଟେନମେଣ୍ଟ, ଅକ୍ଷୟ ଓ ଅଭିଷେକ ଜଗଦିଶ ଜଶୱାଲ ମିଶି ଏହାର ପ୍ରଯୋଜନା କରୁଛନ୍ତି । ନିତିନ ମଧ୍ୟ ଏହି ଫିଲ୍ମରେ ଜରିଆରେ ପ୍ରଯୋଜନାରେ ଡେବ୍ୟୁ କରୁଛନ୍ତି।

Intro:Body:

LIPINA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.