ନୂଆଦିଲ୍ଲୀ: ବଲିଉଡର ଖିଲାଡୀ ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ତଥା ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅତରଙ୍ଗି ରେ' ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ଅଛି ।
-
The joy brought by those three magic words is unmatched : Lights, Camera, Action 😁
— Akshay Kumar (@akshaykumar) December 4, 2020 " class="align-text-top noRightClick twitterSection" data="
Begun shooting for #AtrangiRe by @aanandlrai. Need all your love and best wishes 🙏🏻
An @arrahman musical.
Written by: #HimanshuSharma #SaraAliKhan @dhanushkraja @TSeries @cypplOfficial pic.twitter.com/j8f3Xl9Ws5
">The joy brought by those three magic words is unmatched : Lights, Camera, Action 😁
— Akshay Kumar (@akshaykumar) December 4, 2020
Begun shooting for #AtrangiRe by @aanandlrai. Need all your love and best wishes 🙏🏻
An @arrahman musical.
Written by: #HimanshuSharma #SaraAliKhan @dhanushkraja @TSeries @cypplOfficial pic.twitter.com/j8f3Xl9Ws5The joy brought by those three magic words is unmatched : Lights, Camera, Action 😁
— Akshay Kumar (@akshaykumar) December 4, 2020
Begun shooting for #AtrangiRe by @aanandlrai. Need all your love and best wishes 🙏🏻
An @arrahman musical.
Written by: #HimanshuSharma #SaraAliKhan @dhanushkraja @TSeries @cypplOfficial pic.twitter.com/j8f3Xl9Ws5
ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଏବଂ ଅକ୍ଷୟ ସୋସିଆଲ ମିଡିଆରେ ସାରାଙ୍କ ସହ ଏକ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ଫଟୋର କ୍ୟାପସନରେ ଅକ୍ଷୟ ଲେଖିଛନ୍ତି, 'ସେହି ତିନୋଟି ମ୍ୟାଜିକ୍ ଶବ୍ଦ ଲାଇଟ, କ୍ୟାମେରା, ଆକ୍ସନ ଏବଂ ଆଖିରେ ହସୁଥିବା ଚେହେରା । ଆନନ୍ଦ ଏଲ ରୟଙ୍କ 'ଅତରଙ୍ଗି ରେ'ର ସୁଟିଂ ଆରମ୍ଭ ହୋଇଛି । ଆପଣମାନଙ୍କ ଭଲପାଇବା ଏବଂ ଶୁଭକାମନା ଦରକାର ।
କହିବାକୁ ଗଲେ, ଏହା ପ୍ରଥମ ଥର ହେବ ଯେତେବେଳେ ଅକ୍ଷୟଙ୍କ ସହ ସାରା ଏବଂ ଧନୁଷ ବଡ଼ ପରଦାରେ ନଜର ଆସିବେ ।
ପ୍ରକାଶ ଥାଉକି, ଧନୁଷ ପୂର୍ବରୁ, ଆନନ୍ଦଙ୍କ ସୁପରହିଟ୍ ଫିଲ୍ମ 'ରାଞ୍ଝଣା' ରେ ଅଭିନୟ କରିଛନ୍ତି । ଯେଉଁଥିରେ ସେ ସୋନମ କପୁର, ସ୍ବରା ଭାସ୍କର, ମହମ୍ମଦ ଜିଶାନ ଏବଂ ଅଭୟ ଦେଓଲଙ୍କ ଭଳି ଅଭିନେତାଙ୍କ ସହ କାମ କରିଥିଲେ ।
ଫିଲ୍ମ 'ଅତରଙ୍ଗି ରେ' ପୂର୍ବରୁ, 14 ଫେବୃଆରୀ 2021 ରେ ଭାଲେଣ୍ଟାଇନ୍ସ ଡେ ଅବସରରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା । କିନ୍ତୁ ଲକଡାଉନ ପାଇଁ ଏହାର ସୁଟିଂ ଆରମ୍ଭ ହୋଇପାରି ନଥିଲା ।