ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ' ଆଜି ରିଲିଜ ହୋଇଛି । ପ୍ରଥମ ଦିନରେ ୬୬ଟି ଦେଶର ୧୩୦୦ଟି ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଭାରତରେ ମହାମାରୀ ସମୟରେ ୪୦୦୦ଟି ସ୍କ୍ରିନରେ ରିଲିଜ ହୋଇ ସୃଷ୍ଟି କରିଛି ରେକର୍ଡ । ସେପଟେ ଫିଲ୍ମ ଦେଖି 'ପୈସା ବସୁଲ' କହିଲେ ଦର୍ଶକ । ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ରଣବୀର ସିଂ ଓ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଛି ।
-
Are you ready to go #BackToCinemas? 💥
— Paytm Entertainment (@PaytmTickets) November 5, 2021 " class="align-text-top noRightClick twitterSection" data="
Watch @akshaykumar, #KatrinaKaif & #RohitShetty say #PaytmKaro 😍
Book your tickets for #Sooryavanshi NOW: https://t.co/nl51HLIsmK@RelianceEnt pic.twitter.com/lsFIfSwZ6d
">Are you ready to go #BackToCinemas? 💥
— Paytm Entertainment (@PaytmTickets) November 5, 2021
Watch @akshaykumar, #KatrinaKaif & #RohitShetty say #PaytmKaro 😍
Book your tickets for #Sooryavanshi NOW: https://t.co/nl51HLIsmK@RelianceEnt pic.twitter.com/lsFIfSwZ6dAre you ready to go #BackToCinemas? 💥
— Paytm Entertainment (@PaytmTickets) November 5, 2021
Watch @akshaykumar, #KatrinaKaif & #RohitShetty say #PaytmKaro 😍
Book your tickets for #Sooryavanshi NOW: https://t.co/nl51HLIsmK@RelianceEnt pic.twitter.com/lsFIfSwZ6d
ଫିଲ୍ମଟି ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି । ଏହି ଫିଲ୍ମଟି ମହାମାରୀ ସମୟରେ ସବୁଠୁ ଅଧିକ ଅନ୍ତର୍ଜାତୀୟ ସ୍ତରରେ ରିଲିଜ ହୋଇଛି । ଦକ୍ଷିଣ ଆମେରିକାର ପ୍ରାୟ ୪୯୦ଟି ସ୍ଥାନରେ ଫିଲ୍ମଟି ୫୨୦ ସ୍କ୍ରିନରେ ରିଲିଜ ହୋଇଛି । UAEର ୧୩୭ଟି ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ୧୦୭ଟି ସ୍କ୍ରିନ, ୟୁରୋପରେ ୧୫୮ଟି ସ୍କ୍ରିନ, ଫ୍ରାନ୍ସରେ ୨୯ଟି ସ୍କ୍ରିନ, ଜର୍ମାନୀରେ ୩୬ଟି ସ୍କ୍ରିନ, ସ୍ପେନରେ ୨୦ଟି ସ୍କ୍ରିନ ଓ ଇଟାଲୀରେ ୧୯ଟି ସ୍କ୍ରିନରେ ହୋଇଛି ରିଲିଜ । ଏହାସହିତ ଇସ୍ରାଏଲ, ଜାପାନ, ଇଜିପ୍ଟ, ଇରାକ ଆଦି ରାଷ୍ଟ୍ରରେ ମଧ୍ୟ ଫିଲ୍ମଟି ରିଲିଜ ହୋଇଛି ।
ତେବେ ସୂଚନା ଥାଉ କି ରୋହିତ ସେଟ୍ଟୀଙ୍କ କପ୍ ୟୁନିଭର୍ସ( Cop Univese) ମଧ୍ୟରେ ଏହା ହେଉଛି ୪ର୍ଥ ଫିଲ୍ମ । ସେ ୨୦୧୧ ମସିହାରେ ଅଜୟ ଦେବଗନଙ୍କ ସିଘଂମ ଚଳଚ୍ଚିତ୍ରରୁ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ସିଘଂମ ରିଟର୍ଣ୍ଣସ, ସିମ୍ବା ମାଧ୍ୟମରେ ଏହି ସିରିଜ ଜାରି ରଖିଥିଲେ ରୋହିତ । ସେପଟେ ସୂର୍ଯ୍ୟବଂଶୀର ପ୍ରଥମ ସଙ୍ଗୀତ 'ଆଇଲାରେ ଆଇଲା' ଗତ ଅକ୍ଟୋବର ୨୧ରେ ରିଲିଜ ହୋଇଥିଲା । ଏହି ଗୀତଟିକୁ ୨୪ ଘଣ୍ଟା ମଧ୍ୟରେ ମୋଷ୍ଟ ଭିଉଡ଼୍ ହିନ୍ଦୀ ବଲିଉଡ଼ ଫିଲ୍ମ ସଙ୍ଗରେ ସୃଷ୍ଟି କରିଥିଲା ରେକର୍ଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ