ETV Bharat / sitara

'ଗୋର୍ଖା' ପୋଷ୍ଟରରେ ତ୍ରୁଟି ଦର୍ଶାଇଲେ ପୂର୍ବତନ ସେନା ଅଫିସର, ଧନ୍ୟବାଦ ଦେଲେ ଅକ୍ଷୟ - ଅକ୍ଷୟ କୁମାର

ଖିଲାଡି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ଗୋର୍ଖା' ପୋଷ୍ଟରରେ ଥିବା ଅସ୍ତ୍ରକୁ ଜଣେ ପୂର୍ବତନ ଗୋର୍ଖା ଅଧିକାରୀ ଭୁଲ୍ ଦର୍ଶାଇବା ପରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର । ଅଧିକ ପଢନ୍ତୁ...

Akshay Kumar Thanks Retired Army Officer for Pointing Out Mistake in 'Gorkha' Poster
'ଗୋର୍ଖା' ପୋଷ୍ଟରରେ ତ୍ରୁଟି ଦର୍ଶାଇଲେ ପୂର୍ବତନ ସେନା ଅଫିସର, ଧନ୍ୟବାଦ ଦେଲେ ଅକ୍ଷୟ
author img

By

Published : Oct 17, 2021, 1:49 PM IST

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ଗୋର୍ଖା' ପୋଷ୍ଟରରେ ଥିବା ଅସ୍ତ୍ରକୁ ନେଇ ବିବାଦ । ଜଣେ ପୂର୍ବତନ ଗୋର୍ଖା ଅଫିସର ଏନେଇ ପ୍ରଶ୍ନ ଉଠାଇଛନ୍ତି । ଅଫିସର ଜଣକ ଏନେଇ ଭୁଲ୍ ଦର୍ଶାଇ ଟ୍ବିଟ କରିବା ପରେ ରିଟ୍ବିଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିଲ୍ମର ମୁଖ୍ୟ ନାୟକ ଅକ୍ଷୟ କୁମାର ।

  • Dear @akshaykumar ji, as an ex Gorkha officer, my thanks to you for making this movie. However, details matter. Kindly get the Khukri right. The sharp edge is on the other side. It is not a sword. Khukri strikes from inner side of blade. Ref pic of Khukri att. Thanks. pic.twitter.com/LhtBlQ9UGn

    — Maj Manik M Jolly,SM (@Manik_M_Jolly) October 16, 2021 " class="align-text-top noRightClick twitterSection" data=" ">

ଅକ୍ଷୟ କୁମାର ଟ୍ବିଟ କରି କହିଛନ୍ତି ଯେ, 'ପ୍ରିୟର ମେଜର୍ ଜଲି 'ଗୋର୍ଖା' ପୋଷ୍ଟରରେ ଥିବା ତ୍ରୁଟିକୁ ଦର୍ଶାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ଆମେ ଏନେଇ ଆଗକୁ ଯତ୍ନବାନ ହେବୁ । 'ଗୋର୍ଖା' ଫିଲ୍ମ କରି ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଗୌରବାନ୍ୱିତ । ଏହାକୁ ବାସ୍ତବତାର ନିକଟତର କରିବାକୁ ଯେକୌଣସି ପରାମର୍ଶ ଅଧିକ ପ୍ରଶଂସିତ ହେବ । ପୋଷ୍ଟରରେ ଥିବା ତ୍ରୁଟିକୁ ଭୁଲ୍ ଦର୍ଶାଇଥିବାରୁ ଧନ୍ୟବାଦ ।'

ସୂଚନା ଅନୁଯାୟୀ, ପରଦାକୁ ଆସୁଛି ଖିଲାଡି ଅକ୍ଷୟଙ୍କ ଅଭିନିତ ଫିଲ୍ମ 'ଗୋର୍ଖା' । ଏହି ସିନେମା ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ । ଏହା ମେଜର ଜେନେରାଲ ଲାନ୍ କାରଡୋଜୋଙ୍କ ଜୀବନୀ ଉପରେ ଆଧାରିତ । ମେଜର ଜେନେରାଲ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ତାଙ୍କର ଗୋଡ଼ ହରାଇବା ପରେ ମଧ୍ୟ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ 'ଗୋର୍ଖା' ସିନେମା ନିର୍ମିତ ହୋଇଛି ।

ଏନେଇ ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ । ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରି କହିବା ସହ ଏହାକୁ ସୁଧାରିବାକୁ ଲେଖିଛନ୍ତି । ଏଥିସହ ସେ, ‘ଗୋର୍ଖା’ ଉପରେ ସିନେମା ନିର୍ମାଣ କରୁଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍‌ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପଲୋଡ୍ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.