ETV Bharat / sitara

ପଣ୍ଡିତ ଅବତାରରେ ଖିଲାଡି, ଦେଖନ୍ତୁ ଫାଷ୍ଟ ଲୁକ

ଆସିଲା ଅକ୍ଷୟଙ୍କ ଅପକମିଂ ଫିଲ୍ମ 'ବଚ୍ଚନ ପାଣ୍ଡେ’ର ଫାଷ୍ଟ ଲୁକ । ଭିନ୍ନ ଲୁକରେ ନଜର ଆସିଲେ ଅକ୍ଷୟ କୁମାର ।

author img

By

Published : Jul 26, 2019, 3:13 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଖିଲାଡି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ 'ମିଶନ ମଙ୍ଗଲ' । ଆଜି ପୁଣି ଜାରି ହୋଇଯାଇଛି ତାଙ୍କ ଆଉ ଏକ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଫାଷ୍ଟ ଲୁକ । ସବୁଥର ପରି ଏଥର ମଧ୍ୟ ଏହି ଫିଲ୍ମରେ ଅକ୍ଷୟଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ।

'ବଚ୍ଚନ ପାଣ୍ଡେ'ରେ ଅକ୍ଷୟ ସାଧୁ ଭୂମିକାରେ ଦେଖାଯାଉଛନ୍ତି କିନ୍ତୁ ତାଙ୍କ ମୁହଁରେ ସ୍ପଷ୍ଟ ରୂପେ କ୍ରୋଧ ଦେଖିବାକୁ ମିଳୁଛି । ଯେପରି ସେ ଶତ୍ରୁ ସହ ଲଢିବାକୁ ବ୍ୟାକୁଳ ଅଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

'ବଚ୍ଚନ ପାଣ୍ଡେ'ର ନିର୍ଦ୍ଦେଶନା ଦାୟିତ୍ବ ଫରହାଦ ସାମଜୀ ତୁଲାଉ ଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ଲୋକପ୍ରିୟ ପ୍ରଯୋଜକ ସାଜିଦ ନାଦିୟାଦୱାଲା । ଅକ୍ଷୟଙ୍କ ଫାଷ୍ଟ ଲୁକ ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଦିଆଯାଇଛି । ଯାହାର ସୂଚନା ଫ୍ୟାନ୍ସଙ୍କୁ ଅକ୍ଷୟ ଟ୍ବିଟରରେ ଫିଲ୍ମର ଫାଷ୍ଟ ଲୁକ ସେୟାର କରି ଜଣାଇଛନ୍ତି । ଆଉ ଫିଲ୍ମଟି ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ବୋଲି ଫାଷ୍ଟ ଲୁକ ପୋଷ୍ଟରରେ ଲେଖା ହୋଇଛି ।

ଅକ୍ଷୟଙ୍କ 'ବଚ୍ଚନ ପାଣ୍ଡେ' ତ ଆସନ୍ତା ବର୍ଷ ରିଲିଜ ହେବ । କିନ୍ତୁ ଫ୍ୟାନ୍ସ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ମିଶନ ମଙ୍ଗଲ'କୁ ବଡ ପରଦାରେ ଦେଖିବାକୁ ଅନାଇ ବସିଛନ୍ତି । ଯାହା ଅଗଷ୍ଟ 15ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମଟି ଭାରତୀୟ ବୈଜ୍ଞାନିକଙ୍କ ସଫଳତା କାହାଣୀ ଉପରେ ଆଧାରିତ । ଫିଲ୍ମରେ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲନ, ତାପସୀ ପନ୍ନୁ, କ୍ରିତି କୁଲହାରୀ, ନିତ୍ୟା ମେନନ ଓ ସରମନ ଯୋଶୀ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.