ETV Bharat / sitara

ହୋଲିରେ ଆସୁଛି ଖିଲାଡି କୁମାରଙ୍କ Bachchan Pandey, ପୋଷ୍ଟର ଭାଇରାଲ୍‌ - ହୋଲିରେ ଆସୁଛି ଖିଲାଡି କୁମାରଙ୍କ ବଚ୍ଚନ ପାଣ୍ଡେ

ହୋଲିରେ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଆସିବେ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନ। ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଦୁଇଟି ନୂଆ ପୋଷ୍ଟର ସେୟାର କରି ତାରିଖ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ

ହୋଲିରେ ଆସୁଛି ଖିଲାଡି କୁମାରଙ୍କ Bachchan Pandey, ପୋଷ୍ଟର ଭାଇରାଲ୍‌

author img

By

Published : Jan 18, 2022, 6:44 PM IST

ହାଇଦ୍ରାବାଦ: ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ କମେଡି ଫିଲ୍ମ 'ବଚ୍ଚନ ପାଣ୍ଡେ'ର ନୂଆ ରିଲିଜ୍ ଡେଟ ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ନିର୍ମାତାଙ୍କ ପୂର୍ବ ରିଲିଜ୍ ଡେଟ ପରିବର୍ତ୍ତନ କରାଯାଇଛି । ଏବେ ଏହି ଚଳଚ୍ଚିତ୍ରଟି 2022 ମାର୍ଚ୍ଚ 18 ରେ ରିଲିଜ ହେବ। ଅର୍ଥାତ୍ ଅକ୍ଷୟ ଏବଂ କ୍ରିତି ବର୍ତ୍ତମାନ ହୋଲି ପର୍ବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଆସିବେ । ଅକ୍ଷୟ ଫିଲ୍ମର ଦୁଇଟି ନୂଆ ପୋଷ୍ଟର ସେୟାର କରି ତାରିଖ ଘୋଷଣା କରିଛନ୍ତି ।

ଅକ୍ଷୟ କୁମାର ସୋସିଆଲ ମିଡିଆରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରିଛନ୍ତି। ଗୋଟିଏ ପୋଷ୍ଟରରେ ଅକ୍ଷୟ ତାଙ୍କ ବ୍ୟାକପ୍ୟାକରେ ରାଇଫଲ ଧରି ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ଦ୍ୱିତୀୟ ପୋଷ୍ଟରରେ ଅକ୍ଷୟ ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ଟ୍ରାକ୍ଟର ଉପରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟର ସେୟାର କରି ଅଭିନେତା ଅକ୍ଷୟ କୁମାର ଲେଖିଛନ୍ତି, "ଆକ୍ସନ୍, କମେଡି, ରୋମାନ୍ସ, ଡ୍ରାମା ଫିଲ୍ମ ହୋଲିରେ ଆସୁଛି! ସାଜିଦ ନାଦିଆଡୱାଲାଙ୍କ ବଚ୍ଚନ ପାଣ୍ଡେ 18 ମାର୍ଚ୍ଚ 2022 ରେ ସିନେମା ଘରେ ମୁକ୍ତିଲାଭ କରିବ।

‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ କୁମାର ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ। ସାମ୍ବାଦିକ ରୂପେ ନଜର ଆସିବେ କ୍ରିତି, ଯିଏକି ତାଙ୍କ ପାଇଁ ଏକ ଫିଲ୍ମ ତିଆରି ଲାଗି ଯୋଜନା କରିଛନ୍ତି। ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅରସଦ୍‌ ବର୍ସି, ସଞ୍ଜୟ ମିଶ୍ରା ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଛନ୍ତି। ଏହି ଫିଲ୍ମଟି ସାଉଥ ଫିଲ୍ମ ‘ଜିଗରଥଣ୍ଡା’ର ରିମେକ୍‌। ଏହି ଚଳଚ୍ଚିତ୍ରଟି ନିଶ୍ଚୟ କୁଟଣ୍ଡା ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ। ଏହାପୂର୍ବରୁ ଏହା ଖ୍ରୀଷ୍ଟମାସ 2020 ରେ ରିଲିଜ୍ ହେବାର ଥିଲା କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.