ETV Bharat / sitara

ଫିଲ୍ମ 'ବଚ୍ଚନ ପାଣ୍ଡେ'ରୁ ଖିଲାଡିଙ୍କ ଗ୍ୟାଙ୍ଗଷ୍ଟର ଲୁକ୍ - akshay-kumar-shares-gangster-look

ଫିଲ୍ମ 'ବଚ୍ଚନ ପାଣ୍ଡେ'ର ସୁଟିଂ ଆରମ୍ଭ ହୋଇଯାଇଛି । ଅକ୍ଷୟ କୁମାର ଫିଲ୍ମର ସେଟରୁ ନିଜର ଗ୍ୟାଙ୍ଗଷ୍ଟର ଲୁକ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

akshay-kumar-shares-gangster-look-from-the-bachchan-pandey
ଫିଲ୍ମ 'ବଚ୍ଚନ ପାଣ୍ଡେ'ରୁ ଖୀଲାଡିଙ୍କ ଗ୍ୟାଙ୍ଗଷ୍ଟର ଲୁକ୍
author img

By

Published : Jan 7, 2021, 8:50 PM IST

ଜୟପୁର: ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂ ପାଇଁ ଜୈସଲମେରରେ ପହଞ୍ଚିଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କୁ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ସେ ଫିଲ୍ମର ସେଟରୁ ତାଙ୍କ ଚରିତ୍ରର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।

ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଛନ୍ତି । ମୁଣ୍ଡରେ ଏକ ନାଲି ଗାମୁଛା ବାନ୍ଧି ବେକରେ ମୋଟା ଚେନ ପିନ୍ଧି ଆଖିରେ କ୍ରୋଧ ଦେଖିବାକୁ ମିଳିଛି ।

ଏହି ଫଟୋର କ୍ୟାପସନରେ ଅକ୍ଷୟ ଲେଖିଛନ୍ତି, 'ନୂଆ ବର୍ଷ, ପୁରୁଣା ସମ୍ପର୍କ ... ବଚ୍ଚନ ପାଣ୍ଡେର ସୁଟିଂ ଆରମ୍ଭ ହୋଇଛି । ସାଜିଦ ନାଡିଆଡୱାଲାଙ୍କ ସହ ଏହା ମୋର ଦଶମ ଫିଲ୍ମ । ମୁଁ ଆହୁରି ଅଧିକ କରିବାକୁ ଆଶା କରୁଛି ।

ପ୍ରକାଶ ଥାଉ ଯେ, ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ କ୍ରିତି ସାନନ୍, ଅର୍ଶଦ, ପଙ୍କଜ ତ୍ରିପାଠୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.