ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଓ ଦବଙ୍ଗ ବୟ ସଲମାନ ଖାନ ଏବର୍ଷ ଇଦ ଅବସରେ ବକ୍ସ ଅଫିସରେ ମୁହାଁମୁହିଁ ହେବେ। ବର୍ତ୍ତମାନ ଅକ୍ଷୟ ନିଜ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ଖୁବ୍ ବ୍ୟସ୍ତ। ସେହିପରି ସଲମାନ ନିଜ ବହୁପ୍ରତିକ୍ଷିତ ଫିଲ୍ମ ‘ରାଧେ’କୁ ନେଇ ଚର୍ଚ୍ଚାରେ। ‘ଲକ୍ଷ୍ମୀ ବମ’ର ସୁଟିଂ ଶେଷ ହୋଇଥିବା ବେଳେ ‘ରାଧେ’ର ସୁଟିଂ ଏବେ ମଧ୍ୟ ଚାଲିଛି । ଦୁଇ ଷ୍ଟାରଙ୍କ ଫିଲ୍ମ ଏକାଠି ରିଲିଜ ହେବାକୁ ନେଇ ଦୀର୍ଘ ସମୟରୁ କଣ୍ଟ୍ରୋଭର୍ସି ଲାଗି ରହିଛି। ଏହି ମାମଲାରେ ପ୍ରଥମଥର ଅକ୍ଷୟ ନିଜ ପ୍ରତିକ୍ରିୟା ରଖିଛନ୍ତି।
ଏକ ସାକ୍ଷାତକାରରେ ଯୋଗ ଦେଇ ସଲମାନଙ୍କ ଫିଲ୍ମ ସହ ନିଜ ଫିଲ୍ମ ରିଲିଜ କରିବାକୁ ନେଇ ଅକ୍ଷୟ ମନ କଥା କହିଥିଲେ ଯେ ଏମିତି ପ୍ରଥମଥର ହେବକୁ ଯାଉନାହିଁ। ଯେବେ ତାଙ୍କ ଫିଲ୍ମ ଅନ୍ୟ କୌଣସି ଫିଲ୍ମ ସହ ମୁହାଁମୁହିଁ ହେବ। ଏହା ତାଙ୍କ କ୍ୟାରିୟର ପ୍ରଥମ ଫିଲ୍ମ ମଧ୍ୟ ନୁହେଁ । ଯାହା ଅନ୍ୟ ଫିଲ୍ମ ସହ ଏକାଠି ରିଲିଜ ହେବାକୁ ଯାଉଛି। ଆଉ ଏହା ତାଙ୍କ ଶେଷ ଫିଲ୍ମ ମଧ୍ୟ ନୁହେଁ।
ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ସବୁ ବର୍ଷ ରିଲିଜ ହେଉଛି। ଯାହା ପାଇଁ ଶୁକ୍ରବାର କମ ପଡିଥାଏ । ଏମିତି ପରିସ୍ଥିତିରେ ଗୋଟିଏ ଫିଲ୍ମ ସହ ଅନେକ ଫିଲ୍ମ ଶୁକ୍ରବାର ରିଲିଜ ହୋଇଥାଏ । ଏବେ ‘ରାଧେ’ ଫିଲ୍ମ ସହ ତାଙ୍କ ଫିଲ୍ମ ରିଲିଜ ହେବା ଚର୍ଚ୍ଚା ଜୋର ଧରିବାର କାରଣ ହେଲା ଯେ ଏହି ଦୁଇ ଫିଲ୍ମ ବିଗ ବଜେଟ ଫିଲ୍ମ। ଯାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି କହିଛନ୍ତି ଅକ୍ଷୟ।