ETV Bharat / sitara

ପୁଣି ଖିଲାଡିଙ୍କ ମହାନତା, ସିନେମାଘର ମାଲିକଙ୍କୁ ଦେବେ ଲୋନ

author img

By

Published : Apr 22, 2020, 1:23 AM IST

ସବୁବେଳେ କିଛି ନା କିଛି ଦାନ କରି ଚର୍ଚ୍ଚାରେ ଆସନ୍ତି ସୁପରଷ୍ଟାର ଅକ୍ଷୟ କୁମାର । 28 କୋଟି ଦାନ କରିବା ପରେ ଏବେ ସେ ସିନେମାଘର ମାଲିକଙ୍କୁ ଲୋନ ଦେବେ । ଅଧିକ ପଢ଼ନ୍ତୁ...

akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: କୋରୋନା ଭାଇରାସ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ପାଖାପାଖି ଏକ ମାସରୁ ବନ୍ଦ ପଡିଛି । ଯାହାପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ଷତି ଦେଖିବାକୁ ମିଳୁଛି । ଏହାସହ ଦେଶର ସବୁ ସିନେମା ଘର ମଧ୍ୟ ବନ୍ଦ ଅଛି । ଲକଡାଉନ ପୂର୍ବରୁ ନେଇ ଏଯାବତ ସିନେମାଘରେ କୌଣସି ଫିଲ୍ମ ରିଲିଜ ହୋଇନାହିଁ । ଏଥି ନିମନ୍ତେ ସିନେମାଘର ମାଲିକଙ୍କୁ ମଧ୍ୟ କ୍ଷତି ସହିବାକୁ ପଡୁଛି । ଇତିମଧ୍ୟରେ ଅକ୍ଷୟ କୁମାର ସିନେମାନଘର ମାଲିକଙ୍କ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି । ସେ ପୂର୍ବରୁ ଦେଶବାସୀଙ୍କ ସେବା ପାଇଁ ପିଏମ କେୟାର୍ସ ଫଣ୍ଡକୁ 25 କୋଟି ଏବଂ ବିଏମସିକୁ 3 କୋଟି ଦାନ କରିସାରିଛନ୍ତି ।

ସେ ଗେଟି ଗ୍ୟାଲେକ୍ସି ମାଲିକଙ୍କୁ ସାହାଯ୍ୟ କରିବାକୁ ଯାଇ ଲୋନ ଦେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଫେମସ ସିନେମାଘର ଗେଟି ଗ୍ୟାଲେକ୍ସ ମାଲିକ ମନୋଜ ଦେସାଇ ଏହି କଥାର ଖୁଲାସା କରିଛନ୍ତି ।

ସେ ଜଣାଇଛନ୍ତି ଯେ ତାଙ୍କ ପାଖରେ ସିନେମାଘରର କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା କମ ଥିଲା । ଯାହାପରେ ସେ ଅକ୍ଷୟଙ୍କୁ ସାହାଯ୍ୟ ମାଗିଥିଲେ । ଆଉ ସଙ୍ଗେ ସଙ୍ଗେ ଅକ୍ଷୟ ତାଙ୍କୁ ସାହାଯ୍ୟ କରିବାକୁ ହଁ ମାରିଥିଲେ । ଅକ୍ଷୟଙ୍କ ଏହି ମହାନତା ପାଇଁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.