ETV Bharat / sitara

ଜାଣନ୍ତୁ ଖିଲାଡୀଙ୍କ ରିଜେକ୍ଟ ଫିଲ୍ମ ବିଷୟରେ...

ଖିଲାଡୀ କୁମାର ଅତୀତରେ ହିଟ୍ ଚାରୋଟି ଫିଲ୍ମକୁ ରିଜେକ୍ଟ କରିଥିଲେ । ଫିଲ୍ମ ଗୁଡିକ ହେଲା 'ରେଡୀ', 'ରେସ', 'ବାଜିଗର', 'ଭାଗ ମିଲ୍ଖା ଭାଗ' । ଯଦି ଏହି ଫିଲ୍ମରେ ଅକ୍ଷୟ ଅକ୍ଷୟ କୁମାର ଅଭିନୟ କରିଥାଆନ୍ତେ , ତେବେ ତାଙ୍କର ଫିଲ୍ମ ତାଲିକା ବଢିବା ସହ ହିଟ୍ ତାଲିକା ମଧ୍ୟ ଖୁବ୍ ବଢିଯାଇଥାଆନ୍ତେ ।

author img

By

Published : Mar 11, 2019, 3:37 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଏବଂ ସଫଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଖିଲାଡୀ କୁମାରଙ୍କ ନାଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେହି ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯିଏ ଗୋଟିଏ ବର୍ଷରେ ଅନେକ ଫିଲ୍ମ ସାଇନ କରିଥାଆନ୍ତି । ଏହି କ୍ରମରେ ଏବର୍ଷ ମଧ୍ୟ ଅକ୍ଷୟଙ୍କର 3ରୁ 4ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । କିନ୍ତୁ ଆପଣମାନେ ଜାଣନ୍ତି କି ଅନେକ ହିଟ ଫିଲ୍ମକୁ ବି ରିଜେକ୍ଟ କରିସାରିଛନ୍ତି ଖିଲାଡୀ କୁମାର...

ଏହି ତାଲିକାରେ ତାଙ୍କ ଫିଲ୍ମ 'କେସରୀ', 'ଗୁଡ ନ୍ୟୁଜ' ଏବଂ 'ହାଉସଫୁଲ-4' ସାମିଲ ଅଛି । ଏମିତି ତ ସମସ୍ତେ ଜାଣିଛନ୍ତି କି ଅକ୍ଷୟ ନିଜ ଫିଲ୍ମ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଫିଲ୍ମ କରିସାରିଛନ୍ତି । କିନ୍ତୁ ଏମିତି ପାଞ୍ଚୋଟି ଫିଲ୍ମ ଅଛି ଯଦି ଏହି ଫିଲ୍ମରେ କାମ କରିବାକୁ ସେ ମନା ନକରିଥାଆନ୍ତେ, ତେବେ ତାଙ୍କ ଫିଲ୍ମ ଲିଷ୍ଟ ଆହୁରି ମଧ୍ୟ ଲମ୍ବା ହେବା ସହ ହିଟ୍ ଫିଲ୍ମର ତାଲିକା ଅଧିକ ହୋଇଥାଆନ୍ତା ।

ପ୍ରକାଶ ଥାଉକି ଅକ୍ଷୟ ସଲମାନ ଖାନଙ୍କ 'ରେଡୀ' ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଏହି ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର 'କ୍ୟାରେକ୍ଟର ଢିଲା' ଗୀତଟି ଖୁବ୍ ଲୋକପ୍ରିୟ ହୋଇଥିଲା । ଏହା ବ୍ୟତୀତ ଅକ୍ଷୟ 'ରେସ' ଫିଲ୍ମରେ ମଧ୍ୟ କାମ କରିବାକୁ ମନା କରିଦେଇଥିଲେ । 2010ରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଥିଲା । ଏହାପରେ ଏହି ଫିଲ୍ମର ସିକ୍ବେଲ ମଧ୍ୟ ତିଆରି ହୋଇଛି ।

ଜଣାଇ ଦେଉଛୁ ଯେ ଶାହରୁଖ ଖାନଙ୍କ ହିଟ୍ ଫିଲ୍ମ 'ବାଜିଗର' ପାଇଁ ସେ ପ୍ରଥମ ପସନ୍ଦ ନଥିଲେ । ଏହି ଫିଲ୍ମ ଶାହରୁଖଙ୍କ ପୂର୍ବରୁ ଅକ୍ଷୟ ଓ ସଲମାନଙ୍କୁ ଅଫର ହୋଇଥିଲା । ଦୁଇ ଷ୍ଟାର ମନା କରିବାରୁ ଶାହରୁଖଙ୍କୁ 'ବାଜିଗର' ମିଳିଥିଲା ।

ସେହିପରି ଅକ୍ଷୟ ହିଟ୍ ଫିଲ୍ମ 'ଭାଗ ମିଲ୍ଖା ଭାଗ'ରେ ମଧ୍ୟ କାମ କରିନଥିଲେ । ପରେ ଅଭିନେତା ଫରହାନ ଅଖ୍ତରଙ୍କୁ ଫିଲ୍ମ ମିଳିଥିଲା । ଅକ୍ଷୟ କେବଳ ବଲିଉଡ ଫିଲ୍ମ ନୁହେଁ ହଲିଉଡ ଫିଲ୍ମକୁ ମଧ୍ୟ ରିଜେକ୍ଟ କରିଦେଇଛନ୍ତି ।

ରାଉରକେଲା : ରାଉରକେଲା ପାନପୋଷ ଆଇଟିଡିଏ ହଲ ରେ ରାଉରକେଲା ଏଡିଏମ, ପାନପୋଷ ଉପଜିଲ୍ଲାପାଳ ଏବଂ ରାଉରକେଲା ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ସାମ୍ବାଦିକ ମାନଙ୍କୁ ନେଇ ଇଭିଏମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ 6 ମାର୍ଚ୍ଚରୁ ଏହା ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ସମସ୍ତ ବୁଥ କମିଟି ମାଧ୍ୟମରେ ଇଭିଏମ ସଚେତନତା କାର୍ଯ୍ୟକ୍ରମ ଜାରିରହିବ। ଏଥର ପ୍ରଥମ ଥର ପାଇଁ ଇଭିଏମ ସହ ଭିଭି ପାର୍ଟ ମେସିନ ଯୋଡ଼ା ଯାଇଥିବାରୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରାଯିବ। ଏହି ଅବସରରେ ମୋକ ପୋଲିଂ ମଧ୍ୟ କରାଯାଇଥିଲା। 
ଲୋକମାନଙ୍କ ମଧ୍ୟ ରେ ଜନସଚେତା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଜନସଚେତନତା ହେଲେ ଲୋକ ଭୁଲ କରିନର ନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.