ETV Bharat / sitara

'ଧର୍ମ' ଉପରେ ଖିଲାଡିଙ୍କ ପ୍ରତିକ୍ରିୟା - ଧର୍ମ ଉପରେ ଅକ୍ଷୟ କୁମାରଙ୍କ ବଡ ବୟାନ

କୌଣସି ଧର୍ମକୁ ମାନନ୍ତି ନାହିଁ ସୁପରଷ୍ଟାର ଅକ୍ଷୟ କୁମାର। ଆଉ ଧର୍ମ ନାଁରେ ଦେଶରେ ହିଂସା କରୁଥିବା ଲୋକଙ୍କୁ ନେଇ ଦେଇଛନ୍ତି ବୟାନ। ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ କେବଳ ଭାରତୀୟ ହେବାର ଅନୁଭବ କରାଇବ ବୋଲି କହିଛନ୍ତି ।

akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Mar 10, 2020, 1:45 AM IST

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଏବେ ନିଜ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ। ଫିଲ୍ମରେ ତାଙ୍କ ସହ ପୁଣି ନଜର ଆସିବେ କ୍ୟାଟ୍ରିନା କୈଫ। ଏହି ଯୋଡିକୁ ପରଦାରେ ଦେଖିବା ପାଇଁ ଦର୍ଶକ ଖୁବ୍ ଏକ୍ସାଇଟେଡ। ଇତିମଧ୍ୟରେ ଅକ୍ଷୟ 'ଧର୍ମ' ନାମରେ ହିଂସା କରୁଥିବା ଲୋକଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଆସିଛନ୍ତି। ଯାହା ବର୍ତ୍ତମାନ ତାଙ୍କ ଏହି ବୟାନ ଉପରେ ଖୁସି ନଜର ଆସୁଛନ୍ତି ଫ୍ୟାନ୍ସ।

ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଦେଶରେ ହେଉଥିବା ହିଂସା ଉପରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବକୁ ସେ ନିଜ ଫିଲ୍ମ ସହ ସମ୍ପୃକ୍ତ କରି ଦେଇଥିଲେ। ସେ କହିଥିଲେ ‘ସୂର୍ଯ୍ୟବଂଶୀ’ରେ ଭାରତୀୟର ବିଚାରକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି । ହିନ୍ଦୁ, ପାର୍ସୀ କିମ୍ବା ମୁସଲିମଙ୍କ ଉପରେ ଫିଲ୍ମ ଆଧାରିତ ହୋଇନାହିଁ। ସେ ହିସାବରେ ମେକର୍ସ ଫିଲ୍ମ ନିର୍ମାଣ କରିନାହାଁନ୍ତି । ଫିଲ୍ମର କାହାଣୀ ଧର୍ମ ଅନୁଯାୟୀ ଦୁନିଆକୁ ଦେଖୁନାହିଁ । ଆମେ ସବୁବେଳେ ନକରାତ୍ମକ ଓ ସକରାତ୍ମକ ଅଭିନୟ ଫିଲ୍ମ ନିର୍ମାଣ କରୁଛୁ। ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ କେବଳ ଭାରତୀୟ ହେବାର ଅନୁଭବ କରାଉଛି। ସେ କୌଣସି ଧର୍ମକୁ ମାନନ୍ତି ନାହିଁ । ସେ କେବଳ ଭାରତୀୟ।

ପ୍ରକାଶ ଥାଉକି ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ ATS ଅଧିକାରୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ଯାହାଙ୍କୁ ମୁମ୍ବାଇରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ଶେଷ କରିବାର କାମ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.