ETV Bharat / sitara

ସିଣ୍ଟାକୁ 45 ଲକ୍ଷ ଦାନ କଲେ ଖିଲାଡି - ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନକୁ ଅକ୍ଷୟ କୁମାରଙ୍କ ଦାନ

ପୁଣିଥରେ ସବୁ ମହଲରେ ଅକ୍ଷୟଙ୍କ ପ୍ରଶଂସା । ପୂର୍ବରୁ 25 କୋଟି ଦାନ କରି ଚର୍ଚ୍ଚାରେ ଆସିଥିଲେ। ଆଉ ଏବେ 45 ଲକ୍ଷ ଦାନ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : May 28, 2020, 1:10 PM IST

ମୁମ୍ବାଇ: କୋରୋନା ମହାମାରୀରେ ଏଯାବତ ଦେଶରେ 1 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ସେହିପରି ଏଥିରେ ପାଖାପାଖି 4 ହଜାର ଲୋକଙ୍କ ପ୍ରାଣ ଚାଲିଗଲାଣି। ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଛି । ଯାହାର ପ୍ରଭାବ ପ୍ରବାଶୀ ଶ୍ରମିକ, ଦିନ ମଜୁରିଆଙ୍କ ଉପରେ ପଡିଛି । ସେପଟେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ଅବସ୍ଥା । ପ୍ରତିଦିନ ରୋଜଗାର କରି ପରିବାର ପୋଷୁଥିବା ଲୋକଙ୍କ ପାଖରେ ଏବେ କାମ ନାହିଁ । ହେଲେ ଏମାନଙ୍କ ସାଥ ଦେଇଛନ୍ତି ବି-ଟାଉନର ଖିଲାଡି ଅକ୍ଷୟ କୁମାର। ସେ ପୁଣିଥର ସହଯୋଗର ହାତ ବଢାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି ।

ସେ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (ସିଣ୍ଟା) ସହିତ ଜଡିତ 1500 ସଦସ୍ୟଙ୍କୁ ସାହାଯ୍ୟ କରିଛନ୍ତି । ସେ ସିଣ୍ଟାକୁ 45 ଲକ୍ଷ ଟଙ୍କା ଦାନ କରିଛନ୍ତି।

ଏହାର ସୂଚନା ସିଣ୍ଟାର ସଚିବ ଅମିତ ବହଲ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅକ୍ଷୟ ସହାୟତା ପାଇଁ ସିଣ୍ଟାକୁ 45 ଲକ୍ଷ ଟଙ୍କା ଦାନ କରିଛନ୍ତି। ଅତୀତରେ ସିଣ୍ଟା ସହିତ ଜଡିତ 1500 କଳାକାର ଏବଂ ଶ୍ରମିକଙ୍କ ଆକାଉଣ୍ଟରେ ଆମେ 3 ହଜାର ଟଙ୍କା ଜମା କରିଛୁ।

ପ୍ରକାଶ ଥାଉକି ପ୍ରଥମଥର ଏମିତି ହୋଇନାହିଁ ଯେ ଅକ୍ଷୟ ଦାନ କରିଛନ୍ତି। ସେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 25 କୋଟି ଦାନ ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.