ମୁମ୍ବାଇ: ବଲିଉଡର ଅକ୍କି ଅକ୍ଷୟ କୁମାରଙ୍କ ସଫଳତା ଆକାଶ ଛୁଆଁ। ସେ କେବଳ ବଲିଉଡକୁ ହିଟ୍ ଫିଲ୍ମ ଦେଇନାହାଁନ୍ତି ବରଂ ସେ ନୂଆ ନୂଆ ଆସାଇନମେଣ୍ଟ ସାଇନ କରି ବ୍ରାଣ୍ଡ ଭ୍ୟାଲ୍ୟୁ ଷ୍ଟାର ମଧ୍ୟ ସାଜିଛନ୍ତି। ନିକଟର ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଅକ୍ଷୟ ବଲିଉଡର ଦବଙ୍ଗ ବୟ ଓ ବାଦଶାହ ଖାନଙ୍କୁ ମାତ ଦେଇଛନ୍ତି। ତାଙ୍କ ସଫଳତା ପଛର କାରଣ ହେଲା ବକ୍ସ ଅଫିସରେ ତାଙ୍କ ଫିଲ୍ମ ବ୍ୟାକ ଟୁ ବ୍ୟାକ ହିଟ୍ ହେବା।
ଖାଲି ଏତିକି ନୁହେଁ ସେ ଦୀପିକା ପାଦୁକୋନ, ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଅକ୍ଷୟଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁରେ 55.3 ପ୍ରତିଶତ ଲାଭ ହୋଇଛି। ରିପୋର୍ଟ ଅନୁଯାୟୀ ଏକ ଅନ୍ତରାଷ୍ଟ୍ରୀୟ ଏଜେନ୍ସୀ ତାଙ୍କ ଭ୍ୟାଲ୍ୟୁକୁ ଦ୍ବିତୀୟ ସ୍ଥାନରେ ରଖିଛି।
ଭାରତୀୟ କ୍ରିକେଟ ଟିମ କ୍ୟାପ୍ଟେନ ବିରାଟ କୋହଲି ଏହି ସୂଚୀରେ ଟପରେ ଅଛନ୍ତି। ଅକ୍ଷୟ ଗତ ବର୍ଷ 104.5 ମିଲିୟନ ଡଲାରର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନ ହାସିଲ କରିଥିଲେ। ସେହିପରି ଦୀପିକା ଓ ରଣବୀର ସିଂ 93.5 ମିଲିୟନ ଡଲାର ବ୍ରାଣ୍ଡ ଭ୍ୟାଲ୍ୟୁ ସହ ତୃତୀୟ ସ୍ଥାନରେ ଥିଲେ । ଶାହରୁଖ ଓ ସଲମାନଙ୍କୁ ପଞ୍ଚମ, ଷଷ୍ଠ ସ୍ଥାନ ମିଳିଥିଲା ।
ଅନ୍ୟପଟେ ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନା ଟପ ବ୍ରାଣ୍ଡ ଭ୍ୟାଲ୍ୟୁ ସୂଚୀରେ 10 ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ।