ETV Bharat / sitara

‘ଯିଏ ଘରେ ରହିବ ସେ ସୁପରଷ୍ଟାର’ - କୋରୋନା ଭାଇରସ ପ୍ରକୋପ

ଜନସାଧାରଣଙ୍କୁ ସୁପରଷ୍ଟାର କରିବାକୁ ଲାଗିଛନ୍ତି ଅକ୍ଷୟ କୁମାର। ଟ୍ବିଟ କରି ଲୋକଙ୍କୁ ଦେଲେ ସୁପରଷ୍ଟାର ଚ୍ୟାଲେଞ୍ଜ।

_akshay kumar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Mar 28, 2020, 10:48 AM IST

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଅନେକଥର କୋରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନା ବାର୍ତ୍ତା ଦେଇସାରିଲେଣି। ସେ ପ୍ରାୟତଃ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିସାରିଛନ୍ତି। କେବେ ସେ ଭିଡିଓ ତିଆରି କରି ଲୋକଙ୍କୁ ଘରେ ରହିବାକୁ ଅପିଲ କରୁଥିବାର ନଜର ଆସୁଛନ୍ତି ତ। ଆଉ କେବେ ଘରୁ ବାହାରକୁ ଯାଉଥିବା ଲୋକଙ୍କୁ କଡା ଜବାବ ଦେଉଥିବାର ଦେଖାଯାଉଛନ୍ତି। ଇତିମଧ୍ୟରେ ତାଙ୍କ ଏକ ନୂଆ ଟ୍ବିଟ ଚର୍ଚ୍ଚାର ବିଷୟ ପାଲଟିଛି। ଏଥର ସେ ସୁପରଷ୍ଟାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ସମସ୍ତଙ୍କୁ କହିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଟ୍ବିଟରେ ସେ ଦେଶବାସୀଙ୍କୁ କହିଛନ୍ତି ଯେ ଲକଡାଉନ ସମୟରେ ଯେଉଁ ବ୍ୟକ୍ତି ଘରେ ରହିବ, ସେ ପ୍ରକୃତରେ ସୁପରଷ୍ଟାର ହେବ। ସେ ଟ୍ରେଣ୍ଡ ଏକ୍ସପର୍ଟ ଯୋଗିନ୍ଦର ଟୁଟେଜାଙ୍କ ଏକ ଟ୍ବିଟକୁ ରିଟ୍ବିଟ କରି ଏପରି ପ୍ରତିକ୍ରିୟା ରଖିଛନ୍ତି।

ପ୍ରକାଶ ଥାଉକି ଯୋଗିନ୍ଦର ଏକ ଟ୍ବିଟ କରି ଲେଖିଥିଲେ, ‘ଟାଇଗର ଶ୍ରଫ କିପରି ରାମ୍ବୋ, ହିରୋପନତୀ- 2 ଓ ବାଗି-4 ଆସିବାକୁ ଯାଉଥିବା ଫିଲ୍ମ ଜରିଆରେ ସୁପରଷ୍ଟାର ହେବାକୁ ପ୍ରସ୍ତୁତ ଅଛନ୍ତି।’ ତାଙ୍କ ଏହି ଟ୍ବିଟ ଉପରେ ଅକ୍ଷୟ ଜବାବରେ ଏମିତି ଲେଖିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.