ହାଇଦ୍ରାବାଦ: ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ' ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିକଟରେ ଟ୍ରେଲର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଆସନ୍ତା ମାସରେ ଫିଲ୍ମର ଟ୍ରେଲର ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜୀ । ହୋଲି ଅବସରରେ ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ 18 ରେ ମୁକ୍ତିଲାଭ କରିବାକୁ ଯାଉଛି ।
ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁଯାୟୀ, ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଟ୍ରେଲର 2022 ଫେବୃଆରୀ 9ରେ ରିଲିଜ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ବଚ୍ଚନ ପାଣ୍ଡେଙ୍କ ଟିମ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଫେବୃଆରୀ 9ରେ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କୁ ଉପହାର ଦେବେ । ବଚ୍ଚନ ପାଣ୍ଡେ ଫିଲ୍ମଟି ହୋଲି ଅବସରରେ ରିଲିଜ ହେବାକୁ ଯାଉଥିବା ଆକ୍ସନ୍, କମେଡି, ରୋମାନ୍ସ ଏବଂ ଡ୍ରାମାରେ ପରିପୂର୍ଣ୍ଣ ବୋଲି କୁହାଯାଉଛି ।
ପଙ୍କଜ ତ୍ରିପାଠୀ, ପ୍ରତୀକ ବାବର ଏବଂ ଅଭିମନ୍ୟୁ ସିଂଙ୍କ ପରି କଳାକାରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । ଏହାପୂର୍ବରୁ ଅକ୍ଷୟ କୁମାରଙ୍କୁ ଆନନ୍ଦ ଏଲ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅତରଙ୍ଗିରେ' ରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ସାରା ଅଲି ଖାନ ଏବଂ ସାଉଥ ଅଭିନେତା ଧନୁଷ ମୁଖ୍ୟ ଭୂମିକାରେ ଥିଲେ । ଗତ ବର୍ଷ ଖ୍ରୀଷ୍ଟମାସ ଦିବସ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ