ETV Bharat / sitara

ଟ୍ବିଟର ୱାର ପରେ ପରଦାରେ ଅନୁରାଗ-ଅନିଲଙ୍କ ଲଢେଇ

author img

By

Published : Dec 26, 2020, 1:27 PM IST

‘ଏକେ ଭସେସ ଏକେ’ ବର୍ତ୍ତମାନ ରିଲିଜ ହୋଇଯାଇଛି । ନିକଟରେ ଏହି ଫିଲ୍ମର ପ୍ରମୋଶନ ପାଇଁ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଅନୁରାଗ ଓ ଅନିଲ କହିଥିଲେ ଅନେକ କଥା । ଯାହା ଲାଗୁଥିଲା ବାସ୍ତବ ଝଗଡା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ 6 ତାରିଖ ସନ୍ଧ୍ୟାରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳ ହଠାତ୍ ଶୁଣିବାକୁ ମିଳିଥିଲା ଯେ ଲୋକପ୍ରିୟ ନିର୍ଦ୍ଦେଶକ ଅନିରାଗ କଶ୍ୟପ ଓ ମିଷ୍ଟର ଝକାସ ଅନିଲ କପୁରଙ୍କ ମଧ୍ୟରେ ଜୋରସୋରରେ ଝଗଡା ଲାଗିଛି । ସୋସିଆଲ ମିଡିଆରେ ଦୁଇଜଣଙ୍କ ବାକ୍ ଯୁଦ୍ଧ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ସମୟରେ ଲୋକେ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଦିଲଜିତ ଦୋସାଞ୍ଝଙ୍କ ଝଗଡା ଭୁଲି ନଥିଲେ ଆଉ ଏହି ଦୁଇ ବଡ ସେଲିବ୍ରିଟିଙ୍କ ଲଢେଇ ଦେଖି କେହି କିଛି ବୁଝିପାରିନଥିଲେ । ହେଲେ ପରେ ଜଣାପଡିଲା ଯେ ଏହି ଦୁଇଜଣ ଏକେ ଭସେସ୍ ଏକେର ପ୍ରମୋଟ କରିବା ପାଇଁ ଆପଣାଇଥିଲେ ନିଆରା ଢଙ୍ଗ । ଯେଉଁ ଫିଲ୍ମ ପାଇଁ ଦୁଇ ଏକେ ଏତେ ଡ୍ରାମା କରିଥିଲେ ତାହା ନେଟଫ୍ଲିକ୍ସରେ ରିଲିଜ ହୋଇଯାଇଛି ।

ଆଉ ସବୁଠୁ ବଡ ଟ୍ବିଷ୍ଟ ହେଲେ ‘ଏକେ ଭସେସ ଏକେ’ରେ କୌଣସି କାହାଣୀ ନାହିଁ । ଅନିଲ ଫିଲ୍ମରେ ବି ଅନିଲ କପୁର ସାଜିଥିବା ବେଳେ ଅନୁରାଗ ମଧ୍ୟ ନିଜ ଭୂମିକାରେ ଦେଖାଯାଉଛନ୍ତି । ଅର୍ଥ ଏହାର କାହାଣୀ ପୁରା ବାସ୍ତବ ଜିନିଷ ଉପରେ ଆଧାରିତ ହୋଇଛି । ଟ୍ରେଲର ଦେଖି ଜଣାପଡିଯାଇଥିଲା ଯେ ଅନୁରାଗ, ଅନିଲଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁରଙ୍କ ଅପହରଣ କରିନେଇଛନ୍ତି ।

ଏହା ବଦଳରେ ସେ ଅନିଲଙ୍କୁ ଏକ ଟାସ୍କ ଦେଉଛନ୍ତି । ଯେଉଁଥିରେ ସେ ନିଜ ଝିଅକୁ ଖୋଜିବା ପାଇଁ ରାତିରେ ବାହାରିପଡୁଛନ୍ତି । ଏହି ଯାତ୍ରାରେ ଆପଣ ଅନିଲଙ୍କ ରାଗ ବି ଦେଖିବେ ଆଉ ତାଙ୍କ ବାସ୍ତବ କାନ୍ଦ ମଧ୍ୟ । ସେହିପରି ଅନୁରାଗଙ୍କ ସହ ଫାଇଟ୍ ମଧ୍ୟ କରିବେ ।

  • " class="align-text-top noRightClick twitterSection" data="">

ଏସବୁ ଆପଣ 1 ଘଣ୍ଟା 48 ମିନିଟରେ ଫିଲ୍ମରେ ଦେଖିବାକୁ ପାଇବେ । ହେଲେ କାହାଣୀ କେବଳ ଏତିକି ନୁହେଁ କାରଣ ଏଥିରେ ରହିଛି ଅନେକ ଟ୍ବିିଷ୍ଟ । ସସପେନ୍ସ ସହ ପାଗଳାମି ଭରପୁର ଦେଖିବାକୁ ମିଳିବ । ପୁରା କାହାଣୀ ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.