ETV Bharat / sitara

ଜାମିନ ପରେ ଏଜାଜଙ୍କ ନୂଆ ଟ୍ବିଟ

author img

By

Published : Apr 25, 2020, 6:06 PM IST

6 ଦିନ ଜେଲରେ ବିତାଇବା ପରେ ଶୁକ୍ରବାର ଏଜାଜ ଖାନଙ୍କୁ ମିଳିଥିଲା ଜାମିନ। ଏବେ ତାଙ୍କ ନୂଆ ଟ୍ବିଟକୁ ନେଇ ପୁଣି ଚର୍ଚ୍ଚା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ

ମୁମ୍ବାଇ: ଫେସବୁକ ଲାଇଭ ସମୟରେ ଆପତ୍ତିଜନକ ଭାଷାର ବ୍ୟବହାର କରି ନିକଟରେ ଗିରଫ ହୋଇଥିଲେ ବିବାଦୀୟ ଅଭିନେତା ଏଜାଜ ଖାନ। ଶୁକ୍ରବାର ତାଙ୍କୁ 1 ଲକ୍ଷ ଜରିମନା ସହ ଜାମିନ ମିଳିଥିଲା । ଜାମିନ ପାଇବା ମାତ୍ରେ ସେ ବାହାରକୁ ଆସି ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ।

tweet
ଫଟୋ ସୌଜନ୍ୟ: ଟ୍ବିଟ@ଏଜାଜ ଖାନ

ଟ୍ବିଟରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ଆପଣଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଅନେକ ଅନେକ ଧନ୍ୟବାଦ। ନ୍ୟାୟର ବିଜୟ ହୋଇଛି । ମୁଁ ମୋ ଓକିଲ ନାଜନୀନ ଖନ୍ନୀ ଓ ଜୋହେବ ଶେଖଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସମସ୍ତଙ୍କୁ ମୋ ପ୍ରେମ।’

ବିବାଦ ଘେରରେ ସବୁବେଳେ ରହୁଥିବା ଏଜାଜ ଗତ 18 ତାରିଖରେ ମୁମ୍ବାଇ ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ପାଖାପାଖି 6 ଦିନ ଜେଲରେ ରହିବା ପରେ ତାଙ୍କୁ ଜମିନ ମିଳିଲା ।

ପ୍ରକାଶ ଥାଉକି ତାଙ୍କ ଉପରେ ମାନହାନୀ ଓ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗ ଲଗାଇଥିଲେ ଫେସବୁକ ୟୁଜର୍ସ। ଯାହାପରେ ତାଙ୍କ ବିରୋଧରେ ଖାର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.