ମୁମ୍ବାଇ: ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲଙ୍କ ଅପକମିଂ ଫିଲ୍ମ ‘ତାନାଜୀ:ଦ ଅନସଙ୍ଗ ୱାରିୟର’ ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବାକୁ ପ୍ରସ୍ତୁତ। ଏହା ପୂର୍ବରୁ ଫିଲ୍ମର ଦମଦାର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ କରି ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ। ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ତୃତୀୟ ଗୀତ ‘ଘମଣ୍ଡ କର’। ଯେଉଁଥିରେ ଗୀତରେ ଅଜୟ ଓ ସୈଫଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳୁଛି। ସେହିପରି ଗୀତରେ ତାନାଜୀଙ୍କ ଯୁଦ୍ଧ କାହାଣୀକୁ ନେଇ ପର୍ଯ୍ୟବେସିତ।
ଗୀତଟିକୁ ସଚେତ ଟଣ୍ଡନ ଓ ପରମ୍ପରା ଠାକୁର ମିଶି ଗାଇଛନ୍ତି । ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି ଅନିଲ ବର୍ମା । ଗୀତରେ ମ୍ୟୁଜକର ତଡକା ଲଗାଇଛନ୍ତି ସଚେତ ଓ ପରମ୍ପରା । ଗୀତରେ ଯୁଦ୍ଧ କାହାଣୀ ଉପସ୍ଥାପନ କରାଯିବା ସହ କାଜୋଲ ଓ ଅଜୟଙ୍କ କେମିଷ୍ଟ୍ରି ମଧ୍ୟ ରଖାଯାଇଛି ।
- " class="align-text-top noRightClick twitterSection" data="">
ଦୀର୍ଘ ଦିନ ପରେ କାଜୋଲ ଓ ଅଜୟ ଏକାଠି ପରଦାରେ ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମରେ ଅଜୟ ତଥା ତାନାଜୀଙ୍କ ପତ୍ନୀ ସାଜିଛନ୍ତି କାଜୋଲ । ଫିଲ୍ମରେ ଅଜୟ ମରାଠୀ ଯୋଦ୍ଧା ତାନାଜୀଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ସୈଫ ତାଙ୍କ ବିରୋଧୀ ଉଦୟଭାନଙ୍କ ଭୂମିକାରେ ଦେଖାଯିବେ । ଯିଏ ମୋଗଲ ଶାସକ ଔରଙ୍ଗଜେବ ପାଇଁ କାମ କରୁଥିବେ।