ETV Bharat / sitara

ଅଜୟଙ୍କ ମୈଇଦାନକୁ ମିଳିଲେନି ଖେଳାଳି!

ଖତ ଖାଉଛି ‘ମୈଇଦାନ’ ଫିଲ୍ମର ସୁଟିଂ ସେଟ । କୋରୋନା ଭାଇରସ ପାଇଁ ଫିଲ୍ମ ସୁଟିଂ ଠପ। ଅଧିକ ପଢ଼ନ୍ତୁ...

ajay devgn
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
author img

By

Published : Apr 16, 2020, 1:53 AM IST

ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଚର୍ଚ୍ଚିତ ଫିଲ୍ମ ‘ମୈଇଦାନ’ ଡିସେମ୍ବର 11ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ହେଲେ ଫିଲ୍ମଟି ନିର୍ଦ୍ଧାରିତ ସମୟରେ ରିଲିଜ ହେବ କି ନାହିଁ ତାହା ଆସନ୍ତା ସମୟ କହିବ। ହେଲେ ଏହାର ସୁଟିଂ ପାଇଁ ନିର୍ମାଣ ହୋଇଥିବା ସୁଟିଂ ସେଟର ଅବସ୍ଥା ବର୍ତ୍ତମାନ ଖରାପ ହେବାରେ ଲାଗିଛି।

ପ୍ରକାଶ ଥାଉକି ଫିଲ୍ମଟି ଫୁଟବଲ କୋଚ ସୈୟଦ ଅବ୍ଦୁଲ ରହୀମଙ୍କ ଜୀବନ ଉପରେ ଆଧାରିତ । ଏଥି ନିମନ୍ତେ ଫିଲ୍ମର ଖେଳ ସିକ୍ବେନ୍ସ ପାଇଁ ଏକ ଫୁଟବଲ ମୈଇଦାନ ସ୍ଥାପନ କରାଯାଇଥିଲା ।

ହେଲେ କୋରୋନା ଭାଇରସ ପାଇଁ ଏହି ମୈଇଦାନର ଅବସ୍ଥା ଏବେ ଖରାପ । ମେକର୍ସ ଖେଳ ପାଇଁ ମୈଇଦାନ ତ ପ୍ରସ୍ତୁତ କରିନେଲେ କିନ୍ତୁ ଏଥିରେ ଖେଳିବାକୁ ଯାଉଥିବା ଖେଳାଳି କୋରୋନା ଭାଇରସ ପାଇଁ ଘରେ ବନ୍ଦ ଅଛନ୍ତି ।

ସେପଟେ ମେକର୍ସ ଏହି ଜମି ପାଇଁ ଦୁଇ ମାସର ଭଡା ମଧ୍ୟ ଦେଇସାରିଛନ୍ତି । ସେଟରେ ମାର୍ଚ୍ଚ 21ରେ ଫିଲ୍ମର ସୁଟିଂ କରାଯାଇଥାଆନ୍ତା । ହେଲେ ମାର୍ଚ୍ଚ 16ରେ ଇଣ୍ଡଷ୍ଟ୍ରୀରେ ସବୁ ଫିଲ୍ମର ସୁଟିଂକୁ ରଦ୍ଦ କରିଦିଆଯାଇଥିଲା । ଏବେ ଖତ ଖାଉଛି ସୁଟିଂ ସେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.