ମୁମ୍ବାଇ: ବଲିଉଡ ସେଲିବ୍ରିଟିଜ ଏବଂ ଷ୍ଟାର କିଡସଙ୍କ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ, ଯେଉଁଠାରେ ତାଙ୍କୁ ନେଇ ସହଜରେ ସବୁକିଛିର ସୂଚନା ମିଳିଥାଏ । ଏହି ଚକ୍କରରେ ଅନେକଥର ଷ୍ଟାର୍ସଙ୍କୁ ଛୋଟ ଛୋଟ ଜିନିଷ ପାଇଁ କଡା ଆଲୋଚନାର ସାମ୍ନା କରିବାକୁ ପଡିଥାଏ । ଏବେ ସିଂଘମଙ୍କ ଲାଡଲୀ ନାୟସାଙ୍କ ସହ ଏପରି ହିଁ କିଛି ଘଟିଛି ।
ମେ 28ରେ ନାୟସା ସେଲୁନରୁ ବାହାରକୁ ବାହାରୁଥିବାର ନଜର ଆସିଥିଲେ । ଯାହାର ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଏହାକୁ ଆଧାର କରି କିଛି ସୋସିଆଲ ମିଡିଆ ୟୁଜର୍ସ ନାୟସାଙ୍କ ଆଲୋଚନା କରିବା ସହ ଟ୍ରୋଲ ମଧ୍ୟ କରିଛନ୍ତି ।
ନାୟସାଙ୍କୁ ଟ୍ରୋଲ କରାଯିବାର କାରଣ ହେଲା ଜେଜେବାପାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ନାୟସା ସେଲୁନରେ ପହଞ୍ଚିଥିଲେ । ଯାହା ଦର୍ଶକଙ୍କୁ ଆଦୌ ହଜମ ହୋଇନାହିଁ । ଯାହାପରେ ଧିରେ ଧିରେ ୟୁଜର୍ସ ନାୟାସାଙ୍କୁ ଟ୍ରୋଲ କରିଥିଲେ ।
idovoodoo ନାମକ ଏକ ଇନଷ୍ଟାଗ୍ରାମ ୟୁଜର ଫଟୋରେ କମେଣ୍ଟ କରି ଲେଖିଛନ୍ତି, "ନାୟାସା ଜାଣିଶୁଣି ଏପରି ଫଟୋ ସେୟାର କରିଛନ୍ତି. ଟ୍ରୋଲ ହେବା ପାଇଁ ।" ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ଏହା କଣ ଠିକ୍ କଥା, କାଲି ତାଙ୍କ ଜେଜେବାପାଙ୍କ ନିଧନ ହୋଇଛି, ଆଜି ସେ ସେଲୁନ ଯାଇଛନ୍ତି । ବଡ ଲୋକ ବଡ ବଡ କଥା ।" ଏମିତି ହିଁ ଅନେକ ୟୁଜର୍ସ ଲେଖିଛନ୍ତି କି ଷ୍ଟାର କିଡସଙ୍କ ପାଖରେ ଇମୋଶନ ବୋଲି କିଛି ନାହିଁ ।