ମୁମ୍ବାଇ: ଲଗାତାର 2 ଦିନରେ 2ଟି ଟ୍ରାଜେଡି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ପ୍ରଥମେ ବିଶାଖାପାଟନମ୍ ଗ୍ୟାସ ଟ୍ରାଜେଡି । ପରେ ଔରଙ୍ଗାବାଦରେ ଟ୍ରେନ ଦୁର୍ଘଟଣା । ଘଟଣାରେ କେବଳ ଦେଶ ନୁହେଁ ବଲିଉଡ ବି ଦୁଃଖପ୍ରକାଶ କରିଛି ।
ଏନେଇ ଟ୍ବିଟରରେ ବିଟାଉନର ସିଙ୍ଘମ ଅଜୟ ଦେବଗନ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ସେ ଲେଖିଛନ୍ତି ଯେ 2 ଦିନରେ 2ଟି ଘଟଣା ଶୁଣି ମର୍ମାହତ । ଗୁରୁବାର ଗ୍ୟାସ୍ ଲିକ୍ ଆଉ ଶୁକ୍ରବାର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ । ଉଭୟ ଘଟଣାରେ ଦୁଃଖିତ । ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
ପ୍ରକାଶ ଥାଉ କି ଶୁକ୍ରବାର ମଧ୍ୟପ୍ରଦେଶ ଫେରୁଥିବାବେଳେ ମହାରାଷ୍ଟ୍ରର ଔରଙ୍ଗାବାଦରେ 16 ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲବାହୀ ଟ୍ରେନ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୁରୁବାର ଭାଇଜାଗରେ ଗ୍ୟାସ୍ ଲିକ୍ ହେବାରୁ 11 ଜଣଙ୍କର ମୃତ୍ୟୁ ହୋଇଥିଲା ।