ETV Bharat / sitara

ବଲିଉଡରେ ସିଂଘମଙ୍କ 30 ବର୍ଷ, 100ତମ ଫିଲ୍ମ ‘ତାନାଜୀ’ - ଆକ୍ସନ, କମେଡି ହିରୋ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ତାନାଜୀ

ଆକ୍ସନରୁ ନେଇ କମେଡି ଫିଲ୍ମରେ ଦମଦାର ଅଭିନୟ କରିସାରିଥିବା ଅଜୟ ଦେବଗନ ବଲିଉଡରେ 30 ବର୍ଷ ପୂରଣ କରିଛନ୍ତି । ଏହି 30 ବର୍ଷ ଯାତ୍ରାରେ ସେ ଦର୍ଶକଙ୍କୁ ଆକ୍ସନର ଜବରଦସ୍ତ ଫାଇଟ ଦେଇଥିବା ବେଳେ କମେଡି ଜରିଆରେ ମଧ୍ୟ ହସାଇ ହସାଇ ବେହାଲ କରିଛନ୍ତି । ଆଉ ତାଙ୍କ ରୋମାନ୍ସଙ୍କୁ ନେଇ ଆଜି ମଧ୍ୟ ଦିୱାନା ଫିମେଲ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 11, 2019, 8:28 PM IST

ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଫିଲ୍ମ କେବଳ ତାଙ୍କୁ ଜଣେ ଯୋଦ୍ଧା ରୂପେ ଦେଖାଇବା ନାହିଁ ବରଂ ଏହି ଫିଲ୍ମ ତାଙ୍କର ସେଞ୍ଚୁରୀ ଫିଲ୍ମ ମଧ୍ୟ ସାଜିଛି। ଆଜ୍ଞା ହଁ, ବଲିଉଡରେ 30 ବର୍ଷ ପୂରଣ କଲେ ଆକ୍ସନ, କମେଡି ହିରୋ ଅଜୟ । ଆଉ ଫିଲ୍ମ ‘ତାନାଜୀ’ ତାଙ୍କର 100ତମ ଫିଲ୍ମ।

ଏହି ଅବସରରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ଅଜୟଙ୍କ 99 ଫିଲ୍ମର କ୍ଲିପ ଦେଖିବାକୁ ମିଳୁଛି । ଭିଡିଓରେ ତାଙ୍କ ଫାଇଟ, ଆକନ୍ସ, ରୋମାନ୍ସ, ପ୍ରେମ, କମେଡି,ଡ୍ରାମା, ବିଶ୍ବାସ, ଇମୋଶନ ଇତ୍ୟାଦି ଦେଖିବାକୁ ମିଳୁଛି।

  • " class="align-text-top noRightClick twitterSection" data="">

ଭିଡିଓକୁ ସେୟାର କରି କାଜୋଲ ଲେଖିଛନ୍ତି, ‘ଏହି ଅବସରରେ ତାଙ୍କ ସବୁ ମୁହୂର୍ତ୍ତକୁ ମନେ ପକାଉଛି। ଫୁଲ ଔର କାଣ୍ଟେରୁ ନେଇ ଜଖ୍ମ ପର୍ଯ୍ୟନ୍ତ। ସେହିପରି ଗୋଲମାଲରୁ ନେଇ ଶିବୟ୍ୟା ଆଉ ଶେଷରେ ତାନାଜୀ। ସବୁ କଠିନ ଶୁକ୍ରବାର ମାଧ୍ୟମରେ ମୁଁ ସବୁ ଦେଖିଛି ଏବଂ ଜାଣିଛି। ସବୁ ଭୂମିକା ଆପଣଙ୍କୁ ମୁଖ୍ୟ କରୁଛି । ଗର୍ବ ସହ ଆପଣଙ୍କ 100ତମ ଫିଲ୍ମ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ

କାଜୋଲଙ୍କ ବ୍ୟତୀତ ବାଦଶାହ ଶାହରୁଖ ଖାନ ମଧ୍ୟ ଅଜୟଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି । 100 ଫିଲ୍ମକୁ ନେଇ ନିର୍ମାଣ ହୋଇଥିବା ତାଙ୍କ ଅଜୟଙ୍କ ଚେହେରା ପୋଷ୍ଟର ସେୟାର କରି ଶାହରୁଖ ଲେଖିଛନ୍ତି, ‘ମୋ ବନ୍ଧୁ ଅଜୟ ଦେବଗନ ଆଗାମୀ ଭବିଷ୍ୟତରେ ଆଉ 100 ଏବଂ ଏହାଠାରୁ ଅଧିକ ଫିଲ୍ମ କରିବାକୁ ତପ୍ତର। ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା । ଏକ ସମୟରେ ଗୋଟିଏ ମୋଟରସାଇକେଲ ଉପରେ ଆପଣ ଏକ ଦୀର୍ଘ ଯାତ୍ରା ନିର୍ଦ୍ଧାରିତ କରିବେ । ଯାତ୍ରା ଏମିତି ହିଁ କରୁଥାନ୍ତୁ। ଆଉ ତାନାଜୀ ପାଇଁ ଶୁଭେଚ୍ଛା।’

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.