ମୁମ୍ବାଇ: ବି-ଟାଉନ ସିଂଘମ ଅଜୟ ଦେବଗନ ଓ ତବ୍ବୁ ବହୁ ପୁରୁଣା ବନ୍ଧୁ । ଦୁଇଜଣ ଅନେକ ବର୍ଷ ପରେ ନିକଟରେ ରିଲିଜ ହୋଇଥିବା ରୋମାଣ୍ଟିକ କମେଡି ଫିଲ୍ମ 'ଦେ ଦେ ପ୍ୟାର ଦେ'ରେ ଏକାଠି ନଜର ଆସିଛନ୍ତି । କିନ୍ତୁ ଅଜୟଙ୍କ ବିଷୟରେ ଫ୍ୟାନ୍ସଙ୍କୁ ଏହି କଥା ଜଣାନାହିଁ କି ଅଜୟ, ତବ୍ବୁଙ୍କ ସହ ମଜାକ କରିବାର କୌଣସି ଚାନ୍ସ ଛାଡନ୍ତି ନାହିଁ ।
- View this post on Instagram
Still haven’t figured if the reason to fall asleep was the puzzle or Tabu 🤔
">
ନିଜ ମଜାକିଆ ଅନ୍ଦାଜରେ ଅଜୟ ଇନଷ୍ଟାଗ୍ରାମରେ ତବ୍ବୁଙ୍କ ସହ ଖୁବ୍ ପୁରୁଣା ଫଟୋ ସେୟାର କରିଛନ୍ତି । ଯାହାର ଚର୍ଚ୍ଚା ଏବେ ଖୁବ୍ ଚାଲିଛି । ଫଟୋ କ୍ୟାପସନ ଜରିଆରେ ତବ୍ବୁଙ୍କୁ ବୋରିଂ କହିଥିବାର ନଜର ଆସୁଛନ୍ତି ଅଜୟ ।
ଫଟୋରେ ଦେଖିବାକୁ ମିଳୁଛି ଅଜୟ ଖୁବ୍ ଆରାମରେ ଏକ ଚେୟାର ଉପରେ ଶୋଇଛନ୍ତି । ଅନ୍ୟପଟେ ତବ୍ବୁ ବୋହୂ ବେଶରେ ତାଙ୍କ ପାଖରେ ମନ ଦୁଃଖରେ ବସିଛନ୍ତି । ଏହାର କ୍ୟାପସନରେ ଅଜୟ ଲେଖିଛନ୍ତି, "ଏଯାବତ ଆପଣ ଜାଣିପାରିଲେ ନାହିଁ କି ମୁଁ ପଜଲ ପାଇଁ ଶୋଇଛି କି ତବ୍ବୁଙ୍କ ପାଇଁ ।"
ଅଜୟଙ୍କ କ୍ୟାପସନରୁ ଜଣାପଡିଯାଇଛି ଯେ ସେ ତବ୍ବୁଙ୍କ ଠାରୁ ବୋର ହୋଇ ଶୋଇପଡିଛନ୍ତି । ତେବେ ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି କି ବାସ୍ତବରେ ତବ୍ବୁ ବହୁତ ବୋରିଂ ବୋଲି ।