ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନଙ୍କୁ ନେଇ ନୂଆ ଚର୍ଚ୍ଚା । ଅଭିନେତା ପୁଣିଥରେ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି । ସେ ଭୁବନଗିରି ଜିଲ୍ଲାର ଚୌତୁପାଲରେ ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପାର୍କରେ ସାଂସଦ ସନ୍ତୋଷ କୁମାରଙ୍କ ସହ ଚାରା ରୋପଣ କରିଛନ୍ତି ।
ଏହାପୂର୍ବରୁ ପାର୍କ ଅଧିକାରୀଙ୍କ ସହ ପୁରୋହିତ ଏବଂ ବଜାବାଲା ଆନନ୍ଦରେ ବାଜା ବଜାଇ ଅଜୟଙ୍କୁ ହୃଦୟରୁ ସ୍ବାଗତ କରିଥିଲେ । ପ୍ରକାଶ ଥାଉକି ନିଜ ଆଗାମୀ ଫିଲ୍ମର ‘ମେ ଡେ’ ଏବଂ ‘ଟ୍ରିପଲ ଆର’ର ସୁଟିଂ ପାଇଁ ବର୍ତ୍ତମାନ ସେ ହାଇଦ୍ରାବାଦରେ କରୁଛନ୍ତି ।
‘ବାହୁବଳି’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ‘ଟ୍ରିପଲ ଆର’ରେ ଅଜୟଙ୍କ ସହ ଆଲିୟା ଭଟ୍ଟ, ଜୁନିୟର ଏନଟିଆର, ରାମ ଚରଣ ଭଳି କଳାକାର ନଜର ଆସିବାକୁ ଯାଉଥିବା ବେଳେ ମେ ଡେରେ ନିର୍ଦ୍ଦେଶନା ଦାୟିତ୍ବ ନିଜେ ତୁଲାଉଛନ୍ତି ଅଜୟ । ସେହିପରି ଏହି ଫିଲ୍ମ ଜରିଆରେ ସେ ପ୍ରଥମଥର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନିର୍ଦ୍ଦେଶନା ଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ