ମୁମ୍ବାଇ: ଦୀପାବଳି ଅବସରରେ ବିଗ ବି ଅମିତାଭ ବଚ୍ଚନ ପାଖାପାଖି ଦୁଇ ବର୍ଷ ପରେ ନିଜ ଘରେ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ବଚ୍ଚନ ପରିବାରର ଦିୱାଲୀ ବାସରେ ବଲିଉଡର ଅନେକ ସେଲିବ୍ରିଟି ନଜର ଆସିଥିଲେ । ହେଲେ ପାର୍ଟିରେ ମସ୍ତି କରିବା ସହ ଷ୍ଟାର୍ସଙ୍କୁ ମିଳିଥିଲା ବଡ ଝଟକା । ଯାହାକୁ ନେଇ ଦୁଃଖି ହୋଇଯାଇଥିଲେ ବଚ୍ଚନ ପରିବାର ।
କଥାଟି ହେଲା କି ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା । ଏହି ଖବରକୁ ବର୍ତ୍ତମାନ କୋରିଓଗ୍ରାଫର ଫରାହ ଖାନ ସ୍ପଷ୍ଟ କରିଛନ୍ତି। ସେ ନିଜ ଇନଷ୍ଟାଷ୍ଟୋରୀରେ ଅର୍ଚ୍ଚନାଙ୍କ ଲେହେଙ୍ଗାରେ ଲାଗିଥିବା ନିଆଁ ଷ୍ଟୋରୀର ଏକ ସ୍କ୍ରିନସଟ ସେୟାର କରିଛନ୍ତି ।
ପ୍ରକାଶ ଥାଉକି ଅର୍ଚ୍ଚନାଙ୍କ ଲେହେଙ୍ଗାରେ ହଠାତ୍ ଦୀପର ନିଆଁ ଲାଗିଯାଇଥିଲା । ଆଉ ଏହି ସମୟରେ କିଙ୍ଗଖାନ ଶାହରୁଖ ଖାନ ତାଙ୍କୁ ସାହାଯ୍ୟ କରିଥିଲେ । ଏହି ଘଟଣାରେ ଶାହରୁଖ ମଧ୍ୟ ସାମାନ୍ୟ ଭାବେ ଆହତ ହୋଇଥିଲେ । ଅର୍ଚ୍ଚନ ଏବେ ନାନାବତୀ ମେଡିକାଲରେ ଭର୍ତ୍ତି ଅଛନ୍ତି । ତାଙ୍କୁ ICUରେ ରଖାଯାଇଛି । ସେ ପାଖାପାଖି 15 ଶତକଡା ଜଳିଯାଇଛନ୍ତି ।
ପ୍ରକାଶ ଥାଉକି ଏହାପୂର୍ବରୁ ଦୀପାବଳି ପାର୍ଟିରେ ଛୋଟ ପରଦା ଅଭିନେତ୍ରୀ ନିୟା ଶର୍ମାଙ୍କ ଲେହେଙ୍ଗାରେ ମଧ୍ୟ ନିଆଁ ଲାଗିଯାଇଥିଲା । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ । ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଜଳିଯାଇଥିବା ଲେହେଙ୍ଗାର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଥିଲେ।