ହାଇଦ୍ରାବାଦ: ସାଉଥ ଷ୍ଟାର ବିକ୍ରମ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ 'ପୋନ୍ନିୟନ ସେଲବନ-1'ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଜଣାଶୁଣା ଦକ୍ଷିଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିରତ୍ନମଙ୍କ ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି । ତେବେ ଏହାର ରିଲିଜ୍ ତାରିଖ ଘୋଷଣା ହୋଇଛି । ଏହି ଚଳଚ୍ଚିତ୍ରରୁ ଅଭିନେତା ବିକ୍ରମ, ଜୟମ ରବି, କାର୍ତ୍ତି ଏବଂ ଶୋଭିତା ଧୁଲିପାଲାଙ୍କ ଲୁକ୍ ସାମ୍ନାକୁ ଆସିଛି । ପ୍ରଶଂସକମାନେ ଏସବୁର ଚେହେରାକୁ ପସନ୍ଦ କରିଛନ୍ତି । ଐଶ୍ବର୍ଯ୍ୟା ଏବଂ ଶୋଭିତଙ୍କ ଲୁକ ମଧ୍ୟ ବହୁତ ପ୍ରଶଂସା ପାଇବାରେ ଲାଗିଛି ।


'ପୋନ୍ନିୟନ ସେଲବନ -1'ଦୁଇଟି ଭାଗରେ ତିଆରି କରିବାର ଯୋଜନା ଅଛି । ଏହି ଚଳଚ୍ଚିତ୍ରଟି କଲ୍କିଙ୍କ କ୍ଲାସିକ୍ ତାମିଲ୍ ଉପନ୍ୟାସ 'ପୋନ୍ନିୟନ ସେଲବନ' ଉପରେ ଆଧାରିତ । କଲ୍କି ଏହି ଉପନ୍ୟାସ 1995ରେ ଲେଖିଥିଲେ । ଏହି ଚଳଚ୍ଚିତ୍ରଟି ଲାଇକା ପ୍ରଡକ୍ସନ୍ସ ଏବଂ ମାଡ୍ରାସ ଟକିଜ୍ ଦ୍ବାରା ମିଳିତ ଭାବରେ ନିର୍ମିତଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର 30ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ରର ପ୍ରଥମ ଲୁକ୍ ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି ।

ଦଶମ ଶତାବ୍ଦୀରେ ଚୋଲ ସାମ୍ରାଜ୍ୟରୁ 'ପୋନ୍ନିୟନ ସେଲବନ -1'ର କାହାଣୀ ନିଆଯାଇଛି । ଫିଲ୍ମର ବଜେଟ୍ 500 କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରରେ ଐଶ୍ବର୍ଯ୍ୟା ରାୟ ନନ୍ଦିନୀ ଭୂମିକାରେ ଅଭିନୟ କରୁଛନ୍ତି । 'ପୋନ୍ନିୟନ ସେଲବନ' ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ସୁଟିଂ ଦେଶର ଅନେକ ରାଜ୍ୟର ସୁନ୍ଦର ସୁନ୍ଦର ସହରରେ କରାଯାଇଛି ଏବଂ ଏଥିପାଇଁ ବଡ ସେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

