ମୁମ୍ବାଇ: ବଲିଉଡର ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ମଣିରତ୍ନମଙ୍କ ଅପକମିଂ ଫିଲ୍ମ 'ପୋନ୍ନିନୀ ସେଲଭନ'ରେ ମୁଖ୍ୟ ଭୂମିକାରେ ନଜର ଆସିବେ । 'ପୋନ୍ନିନୀ ସେଲଭନ' ଏକ ତାମିଲ ଉପନ୍ୟାସ ଉପରେ ଆଧାରିତ କାହାଣୀ ।
ଏବେ ଏହି ଫିଲ୍ମ ସହ ସମ୍ପୃକ୍ତ ଥିବା ଏକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଐଶଙ୍କ ଏହି ଫିଲ୍ମରେ ସାଉଥର କଟପ୍ପା ଅର୍ଥାତ୍ ଅଭିନେତା ସତ୍ୟରାଜ ମଧ୍ୟ ଅଭିନୟ କରିବେ । ଫିଲ୍ମରେ ଏହି ଦୁଇ ଷ୍ଟାର୍ସ ରୋମାନ୍ସ କରୁଥିବାର ଦେଖାଯିବେ । ଫିଲ୍ମରେ ଐଶଙ୍କ ସ୍ବାମୀ ହେବେ ସତ୍ୟରାଜ । ତାଙ୍କ ପୂର୍ବରୁ ସାଉଥ ଅଭିନେତା ମୋହନ ବାବୁଙ୍କୁ ଐଶଙ୍କ ସ୍ବାମୀ ପାଇଁ ଅଫର ହୋଇଥିଲା । ସେ ଏଥିପାଇଁ ରାଜି ମଧ୍ୟ ଥିଲେ କିନ୍ତୁ କିଛି ସମସ୍ୟା ପାଇଁ ତାଙ୍କୁ ରିପ୍ଲେସ କରିଛନ୍ତି ସତ୍ୟରାଜ ।
ମଣିରତ୍ନମଙ୍କ ଏହି ମେଗା ବଜେଟ ଫିଲ୍ମରେ ଐଶ ରାଜକୁମାରୀ ଭୂମିକାରେ ନଜର ଆସିବେ । ସବୁଠାରୁ ମୁଖ୍ୟ କଥା ହେଲା ଯେ, ଫିଲ୍ମରେ ଐଶଙ୍କ ଶ୍ବଶୂର ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ନଜର ଆସିପାରନ୍ତି । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଦୁଇଜଣଙ୍କୁ ଆପ୍ରୋଚ କରିଛନ୍ତି ।