ETV Bharat / sitara

ବଲିଉଡରେ ଐଶଙ୍କ 25ବର୍ଷ - ନିର୍ମାତା ମଣି ରତ୍ନମଙ୍କ ଆଗାମୀ ଫିଲ୍ମରେ ଐଶ

1994ରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିଥିଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ବଲିଉଡରେ ପାଖାପାଖି 25 ବର୍ଷରୁ ସକ୍ରିୟ ରହିଆସୁଥିବା ଐଶ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଆଜି ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟର ପାଗଳ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଐଶ୍ଚର୍ଯ୍ୟା ରା
author img

By

Published : Oct 16, 2019, 2:44 PM IST

ମୁମ୍ବାଇ: ବଲିଉଡର ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ 25 ବର୍ଷ ପୂରଣ କରିଛନ୍ତି । ଦମଦାର ଅଭିନୟ ଏବଂ ତାଙ୍କ ସୌନ୍ଦର୍ଯ୍ୟରେ ପୁରା ବଲିଉଡ ଦିୱାନା । ଦର୍ଶକଙ୍କ ଏବେ ମଧ୍ୟ ତାଙ୍କ ଫିଲ୍ମ ଦେଖିବାକୁ ବ୍ୟାକୁଳ । ଏହି ଅବସରରେ ସେ ଫ୍ୟାନ୍ସଙ୍କ ପ୍ରେମ ଏବଂ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ନିଜ ଫିଲ୍ମ ଯାତ୍ରାକୁ ସ୍ମରଣ କରି ଐଶ କହିଛନ୍ତି, ‘ମୁଁ ଦର୍ଶକଙ୍କ ସ୍ନେହ, ପ୍ରେମ ପାଇଁ ସବୁବେଳେ ଋଣି ରହିବି । ଯେପରି ସେମାନେ ମୋର ସମର୍ଥନ କରି ଆଲିଙ୍ଗନ କରିଛନ୍ତି । ଆଉ ମତେ ଉତ୍ସାହିତ କରିଛନ୍ତି । ତାହା ମୋ ପାଇଁ କୌଣସି ଆଶୀର୍ବାଦ ଠାରୁ କମ ନୁହେଁ । ’

1994ରେ ମିସ ୱାଲ୍ଡ ମୁକୁଟ ପିନ୍ଧିଥିଲେ ଐଶ । ଏହାପରେ ସେ ଅଭିନୟକୁ ନିଜ କ୍ୟାରିୟର ରୂପେ ଚୟନ କରିଥିଲେ । ସେ ‘ଇରୁଭାର’ ଫିଲ୍ମ ଜରିଆରେ ତାମିଲ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଥିଲେ । ଆଉ 1997ରେ ସେ ବବି ଦେଓଲଙ୍କ ସହ ଫିଲ୍ମ ‘ଔର ପ୍ୟାର ହୋ ଗୟା’ରେ ବଲିଉଡରେ ଡେବ୍ୟୁ କରିଥିଲେ ।

ପ୍ରକାଶ ଥାଉକି ଦୀର୍ଘ ସମୟ ପରେ ଐଶ ଲୋକପ୍ରିୟ ନିର୍ମାତା ମଣିରତ୍ନମଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ‘ଇରୁଭାର’, ‘ଗୁରୁ’ ଏବଂ ‘ରାବଣ’ ଭଳି ଫିଲ୍ମରେ ମଣି ରତ୍ନମଙ୍କ ସହ କାମ କରିସାରିଛନ୍ତି ।

ଏହାସହ ସେ ହଲିଉଡ ଫିଲ୍ମ ‘ମେଲିଫିସେଣ୍ଟ: ମିଷ୍ଟ୍ରସ ଅଫ ଏଭିଲ’ରେ ସ୍ବର ଦେଇଛନ୍ତି । ତାଙ୍କର ଏହି କାମକୁ ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.