ମୁମ୍ବାଇ:ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଅନୁଯାୟୀ, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ କରୋନାର ବିଶେଷ ଲକ୍ଷଣ ନାହିଁ, ଯେଉଁଥିପାଇଁ ସେମାନେ ଘରେ ରହିପାରିବେ । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଜୟା ବଚ୍ଚନଙ୍କଠାରୁ ଦୂରତା ବଜାୟ ରଖିବା ଆବଶ୍ୟକ । ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।
ବାସ୍ତବରେ, ଶନିବାର ଦିନ ଅମିତାଭ ଏବଂ ଅଭିଷେକଙ୍କ କରୋନା ଟେଷ୍ଟ ପଜିଟିଭ ଆସିବା ପରେ ସମଗ୍ର ବଚ୍ଚନ ପରିବାରଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ଅମିତାଭ ଏବଂ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଜୟା ବଚ୍ଚନଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିଲା ।
ରବିବାର ଦିନ ପୁଣି ଥରେ ବଚ୍ଚନ ପରିବାରଙ୍କ କରୋନା ଟେଷ୍ଟ କରାଯାଇଥିଲା । ଯାହାପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏଥି ସହିତ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି । ପ୍ରକାଶ ଥାଉକି, ବର୍ତ୍ତମାନ ଉଭୟ ଅମିତାଭ ଏବଂ ଅଭିଷେକ ନାନାବତୀ ଡାକ୍ତରଖାନାରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ