ମୁମ୍ବାଇ: କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ଫିଲ୍ମସରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ଷ୍ଟାର ଅନିଲ କପୁର, ନୀତୁ ସିଂ ଓ ବରୁଣ ଧୱନ ବର୍ତ୍ତମାନ କ୍ବାରେଣ୍ଟାଇନରେ ଅଛନ୍ତି । ନିକଟରେ ଏହି ଷ୍ଟାର୍ସଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା । ଆଉ ଏବେ ଫିଲ୍ମର ଆଉ ଦୁଇଜଣ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ପପୁଲାର ଆକ୍ଟର ମନୀଷ ପଲ୍ ଓ ନିର୍ଦ୍ଦେଶକ ରାଜ ମେହତା ମଧ୍ୟ କୋରୋନା କବଳରେ । ଏଥି ନିମନ୍ତେ ଦୁଇଜଣ ମୁମ୍ବାଇ ଫେରିଆସିଛନ୍ତି । ଫିଲ୍ମର ସୁଟିଂ କିଛି ଦିନ ପୂର୍ବରୁ ଚଣ୍ଡିଗଡରେ ଆରମ୍ଭ ହୋଇଥିଲା ।
ଶନିବାର ବରୁଣ, ନୀତୁ ଓ ଅନିଲ ମଧ୍ୟ ମୁମ୍ବାଇ ଫେରିଥିଲେ । ସେପଟେ ଅନିଲ ଓ କିୟାରା ଆଡଭାନୀଙ୍କ ରିପୋର୍ଟ ନେଗେଟିଭ ଆସିବା ସୂଚନା ରବିବାର ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନ ଫିଲ୍ମର ସୁଟିଂ ଅଧାରେ ରହିଛି । ସବୁ ଷ୍ଟାର୍ସ ସୁସ୍ଥ ହେଲା ପରେ ପୁନଃ ସୁଟିଂ ଆରମ୍ଭ ହେବ ବୋଲି ସ୍ଥିର କରିଛନ୍ତି ମେକର୍ସ ।
ପ୍ରକାଶ ଥାଉକି ‘ଜୁଗ୍ ଜୁଗ୍ ଜିଓ’ ଜରିଆରେ ପାଖାପାଖି 6 ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଛନ୍ତି ନୀତୁ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ସେ ଶେଷଥର ସ୍ବାମୀ ତଥା ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ସହ ଫିଲ୍ମ ‘ବେସରମ୍’ରେ ନଜର ଆସିଥିଲେ ।