ETV Bharat / sitara

‘ଉରି’ ପରେ ଏବେ ସିଆଚୀନ ୱାରିୟର୍ସଙ୍କ ଉପରେ ଆସିବ ଫିଲ୍ମ - କରନ ଜୋହରଙ୍କ ନୂଆ ଟ୍ବିଟ ଭାଇରାଲ

ପୁଣି ବଲିଉଡରେ ଦେଖିବାକୁ ମିଳିବ ଭାରତୀୟ ସେନାଙ୍କ ସାହାସୀଭରା କାହାଣୀ । ଏଥର ସିଆଚୀନ ୱାରିୟର୍ସଙ୍କ କାହାଣୀ ନେଇ ପରଦାକୁ ଫେରିବେ ନିତେଶ ତିୱାର ଓ ଅଶ୍ବିନୀ ଆୟାର ।

siachen warriors
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
author img

By

Published : Feb 3, 2020, 9:05 PM IST

ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ରେ ଦର୍ଶକ ଭାରତୀୟ ସେନାଙ୍କ ସାହସ ଏବଂ ଜବାବ ଦେଖିସାରିବା ପରେ ଏବେ ଆଉ ଏକ ବାସ୍ତବ କାହାଣୀ ପରଦାରେ ଦେଖିବାକୁ ଯାଉଛନ୍ତି । ଖୁବଶୀଘ୍ର ବଲିଉଡରେ ନିର୍ମାଣ ହେବାକୁ ଯାଉଛି ସିଆଚୀନ ୱାରିୟର୍ସଙ୍କ ଉପରେ ଫିଲ୍ମ । ଯାହାର ନିର୍ଦ୍ଦେଶନା ସଞ୍ଜୟ ଶେଖର ସେଟ୍ଟୀ କରିବେ । ସେହିପରି ପୀୟୂଷ ଗୁପ୍ତା ଓ ଗୌତମ ବେଦ ଫିଲ୍ମର କାହାଣୀ ଲେଖିବେ। ଯାହା ବାସ୍ତବ କାହାଣୀକୁ ନେଇ ଆଧାରିତ ।

ହିନ୍ଦୀ ସିନେମାର ଫେମସ ପ୍ରଯୋଜକ, ନିର୍ଦ୍ଦେଶକ କରନ ଜୋହର ସୋସିଆଲ ମିଡିଆ ଜରିଆରେ ଏହି କଥାର ସୂଚନା ଦେଇଛନ୍ତି । ସେ ଜଣାଇଛନ୍ତି ତାଙ୍କ ବନ୍ଧୁ ନିତେଶ ତିୱାର ଓ ଅଶ୍ବିନୀ ଆୟାରଙ୍କ ନୂଆ ଫିଲ୍ମ ସିଆଚୀନ ୱାରିୟର୍ସ ନେଇ ପରଦାକୁ ଫେରିବେ । ଏଥିରେ ଭାରତୀୟ ସେନାଙ୍କ ସଂଘର୍ଷମୟ, ସାହାସୀ କାହାଣୀକୁ ପର୍ଯ୍ୟବେସିତ କରାଯିବ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଅନ୍ୟପଟେ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ମଧ୍ୟ ଟ୍ବିଟରେ ଏହି ଫିଲ୍ମର ଘୋଷଣା କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି । ହେଲେ ଏଯାବତ ଫିଲ୍ମର ଷ୍ଟାରକାଷ୍ଟଙ୍କ ଘୋଷଣା ହୋଇନାହିଁ । ସେହିପରି ଫିଲ୍ମର ଟାଇଟଲ ମଧ୍ୟ ଘୋଷଣା ହୋଇନାହିଁ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.