ETV Bharat / sitara

‘ଷାଣ୍ଢ କି ଆଂଖ’ ଷ୍ଟାରକାଷ୍ଟ ପ୍ରସଙ୍ଗ: ନୀନାଙ୍କ ସମର୍ଥନରେ ସୋନି - ଅଭିନେତା ଅନୁପମ ଖେର

ଧୀରେଧୀରେ ‘ଷାଣ୍ଢ କି ଆଂଖ’ ଷ୍ଟାରକାଷ୍ଟକୁ ନେଇ ବଢିଚାଲିଛି ଚର୍ଚ୍ଚା । ୟୁଜର୍ସଙ୍କ ପରେ ନୀନା ଗୁପ୍ତା ଆଉ ଏବେ ଅଭିନେତ୍ରୀ ସୋନି ରାଜଦନ ।

ଡିଜାଇନ ଫଟୋ
author img

By

Published : Sep 25, 2019, 11:15 PM IST

ମୁମ୍ବାଇ: ତାପସୀ ପନ୍ନୁ ଓ ଭୂମି ପେଦନେକରଙ୍କ ବହୁ ଚର୍ଚ୍ଚିତି ଫିଲ୍ମ ‘ଷାଣ୍ଢ କି ଆଂଖ’ର ଟ୍ରେଲର ରିଲିଜ ହେବା ପରଠାରୁ ଚର୍ଚ୍ଚାରେ । ଯେଉଁଠାରେ ଫିଲ୍ମର ଟ୍ରେଲରକୁ ବାଃ ବାଃ ମିଳୁଛି । ସେହିଠାରେ ସୋସିଆଲ ଫିଲ୍ମର ଷ୍ଟାରକାଷ୍ଟ ଉପରେ ଉଠୁଛି ପ୍ରଶ୍ନ । ପ୍ରଥମେ ସୋସିଆଲ ମିଡିଆରେ ଫିଲ୍ମରେ ତାପସୀ ଓ ଭୂମିଙ୍କ ରୋଲକୁ ନେଇ ପ୍ରଶ୍ନ କରିଥିଲେ ୟୁଜର୍ସ । ଏହାପରେ ୟୁଜର୍ସଙ୍କୁ ସମର୍ଥନ କରୁଥିବାର ନଜର ଆସିଥିଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ।

ଟ୍ବିଟରରେ ଟ୍ବିଟ କରି ସେ ଲେଖିଥିଲେ ଆମ ବୟସର ରୋଲ ଆମକୁ ମିଳିବା କଥା । ବର୍ତ୍ତମାନ ନୀନାଙ୍କୁ ସମର୍ଥନ କରିଛନ୍ତି ଆଲିୟା ଭଟ୍ଟଙ୍କ ମା' ତଥା ଅଭିନେତ୍ରୀ ସୋନି ରାଜଦାନ । ସେ ମଧ୍ୟ ଫିଲ୍ମ ମେକର୍ସକୁ ପ୍ରଶ୍ନ କରିଛନ୍ତି କି ଯଦି ସେମାନେ 50-60 ବୃଦ୍ଧାଙ୍କ ଫିଲ୍ମ ନିର୍ମାଣ କରୁଛନ୍ତି ତେବେ ସେହି ରୋଲରେ କମ ବୟସର ଅଭିନେତ୍ରୀଙ୍କୁ କଣ ପାଇଁ କାଷ୍ଟ କରୁଛନ୍ତି । କାହିଁକି ସେମାନେ ରୋଲକୁ ଫିଟ୍ କଲା ଭଳି ଅଭିନେତ୍ରୀଙ୍କୁ ନେଉନାହାଁନ୍ତି ।

ଏହାସହ ସେ ଅଭିନେତା ଅନୁପମ ଖେରଙ୍କୁ ନେଇ ଏକ ଉଦାହରଣ ମଧ୍ୟ ଦେଇଛନ୍ତି। ଅନୁପମ ନିଜ କ୍ୟାରିୟର ଆରମ୍ଭରେ ‘ସାରାଂଶ’ ଫିଲ୍ମରେ ଜଣେ ବୟସ୍କ ବ୍ୟକ୍ତି ଭୂମିକାରେ ଅଭିନୟ କରି ସଫଳତା ଅର୍ଜନ କରିଥିଲେ । କିନ୍ତୁ ନିର୍ମାତା ରୂପେ ଫିଲ୍ମରେ କମ ବୟସର କଳାକାରଙ୍କୁ ନେଇ ଅଭିନୟକୁ ସୀମିତରେ ରଖିବା କଥା ନୁହେଁ ବୋଲି କହିଛନ୍ତି ସୋନି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.