ETV Bharat / sitara

ଦୀର୍ଘ ସମୟ ପରେ ସୋସିଆଲ ମିଡିଆକୁ ଫେରିଲେ କରନ

ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇବା ସହ ସୋସିଆଲ ମିଡିଆକୁ ଫେରିଲେ କରନ । ଟ୍ରୋଲ ପାଇଁ ଗାଏବ ହୋଇଯାଇଥିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
author img

By

Published : Aug 15, 2020, 6:10 PM IST

ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ କ୍ରୋଧିତ ଥିବା ଫ୍ୟାନ୍ସ ଲଗାତାର ବଲିଉଡ ଓ କିଛି ସେଲିବ୍ରିଟିଙ୍କ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଉଛନ୍ତି । ସେହିପରି କିଛି ଦିନ ହେବ ଫେମସ ନିର୍ମାତା କରନ ଜୋହରଙ୍କୁ ଟ୍ରୋଲ କରାଯାଉଛି । ପରିବାରବାଦ ପାଇଁ ସେ ପ୍ରାୟତଃ ସମାଲୋଚନାର ଶିକାର ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କରନ ସୋସିଆଲ ମିଡିଆରୁ ଏକଦମ ଗାଏବ ହୋଇଯାଇଥିଲେ ।

ପ୍ରଥମେ ସେ ଟ୍ବିଟରରେ ଅନେକ ଲୋକଙ୍କୁ ଅନଫଲୋ କରିଥିଲେ । ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ମଧ୍ୟ ବନ୍ଦ କରିଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ସେ ସୋସିଆଲ ମିଡିଆକୁ ଫେରିଛନ୍ତି ।

ଆଜ୍ଞା ହଁ, ସେ ଇନଷ୍ଟାଗ୍ରାମରେ ସ୍ବାଧୀନତା ଦିବସ ଅବସରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଜାତୀୟ ପତକାର ଫଟୋ ସେୟାର କରି କ୍ୟାପସନରେ ‘ଜୟ ହିନ୍ଦ’ ଲେଖିଛନ୍ତି । ପ୍ରକାଶ ଥାଉକି ଏହାପୂର୍ବରୁ ସେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଶେଷ ପୋଷ୍ଟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.