ETV Bharat / sitara

ନିର୍ବନ୍ଧ ଗୁଜବ ପରେ ବିବାହକୁ ନେଇ ପୁଣି ଚର୍ଚ୍ଚାରେ ବିକି-କ୍ୟାଟ୍‌

author img

By

Published : Oct 28, 2021, 1:29 PM IST

ନିର୍ବନ୍ଧ ଗୁଜବ ପରେ ବର୍ତ୍ତମାନ ବିବାହକୁ ନେଇ ଚର୍ଚ୍ଚାରେ ବିକି ଓ କ୍ୟାଟ୍‌ । ଅଧିକ ପଢନ୍ତୁ...

ନିର୍ବନ୍ଧ ନୁହେଁ, ବିବାହକୁ ନେଇ ପୁଣି ଚର୍ଚ୍ଚାରେ ବିକି-କ୍ୟାଟ୍‌

ମୁମ୍ବାଇ: ଏଥର ନିର୍ବନ୍ଧ ନୁହେଁ, ସିଧା ବିବାହକୁ ନେଇ ଚର୍ଚ୍ଚାରେ ଉଭୟ ବଲିଉଡ଼ ଆକ୍ଟର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ରିଲ୍‌ ଲାଇଫଠାରୁ ରିଅଲ ଲାଇଫକୁ ନେଇ ବିକି ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳିଛି । ତେବେ ବିକିଙ୍କ ସର୍ଦ୍ଦାର ଉଦ୍ଧମ ଫିଲ୍ମର ସ୍କ୍ରିନିଂରେ କ୍ୟାଟ୍‌ଙ୍କୁ ଫ୍ୟାନ୍ସ ଦେଖିବା ପରେ ଏବେ ଉଭୟଙ୍କ ରିଲେସନସିପକୁ ନେଇ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିର କରିବାରେ ଲାଗିଛନ୍ତି ଫ୍ୟାନ୍ସ । ଏହାସହିତ ସେମାନେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି କିଛି ରିପୋର୍ଟ୍ସରେ ଦେଖିବାକୁ ମିଳିଛି ।

ବିକି ଓ କ୍ୟାଟ୍ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ବିଭିନ୍ନ ରିପୋର୍ଟ୍ସରେ ଦେଖିବାକୁ ମିଳିଛି । ଏମାନେ ନିଜ ବିବାହ ପାଇଁ ଡିଜାଇନର ସବ୍ୟସାଚୀଙ୍କ ପୋଷାକ ପିନ୍ଧିବେ ବୋଲି ମଧ୍ୟ ସୂଚନା ମିଳିଛି । ଏହି ରିପୋର୍ଟ ଯଦି ସତ ହୁଏ, ତେବେ ବିକି ଓ କ୍ୟାଟ୍ରିନା ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଡିସେମ୍ବର ଆରମ୍ଭରୁ ବିବାହ କରିପାରନ୍ତି । କିନ୍ତୁ ଏଭଳି ଚର୍ଚ୍ଚା ବହୁ ଦିନ ଧରି ଚାଲିଆସୁଥିବା ବେଳେ ବିକି କିମ୍ବା କ୍ୟାଟଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟତା ଦିଆଯାଇନାହିଁ ।

କ୍ୟାଟ୍ରିନା ଟାଇଗର-୩ର ସୁଟିଂ ପାଇଁ ସଲମାନଙ୍କ ସହିତ ବିଦେଶ ଗସ୍ତ ସମୟରେ ଉଉଭୟଙ୍କ ନିର୍ବନ୍ଧ ହୋଇସାରିଥିବା ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବିକିଙ୍କ ପରିବାର ଏହି ଖବରକୁ ହସରେ ଉଡାଇଥିଲେ । ସେପଟେ ସର୍ଦ୍ଦାର ଉଦ୍ଧମର ପୋଷ୍ଟ-ପ୍ରଡକ୍ସନ ସମୟରେ ବିକି ଖୁବଶୀଘ୍ର ସମୟ ଦେଖି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ମଧ୍ୟ କହିଥିଲେ ।

ଉଭୟଙ୍କ କାମ ସମ୍ପର୍କରେ ଆଲୋଚନା କଲେ ବିକି ଶଶାଙ୍କ ଖୈତାନଙ୍କ Mr Lele ଓ ମେଘ୍ନା ଗୁଲଜାରଙ୍କ Sam Bahadurରେ ନଜର ଆସିବେ । ସେପଟେ କ୍ୟାଟ୍ରିନା ବର୍ତ୍ତମାନ 'ସୂର୍ଯ୍ୟବଂଶୀ' ଫିଲ୍ମର ରିଲିଜରେ ବ୍ୟସ୍ତ ଥିବା ବେଳେ ଆଗକୁ ଫରହାନ ଅଖତରଙ୍କ Jee Le Zaraaରେ କୋ-ଷ୍ଟାର ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହିତ ଆସିବେ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.