ମୁମ୍ବାଇ: ଭାରତୀୟ ରେଲୱେ ଓ ବଲିଉଡର ସମ୍ପର୍କ ବହୁ ପୁରୁଣା । କିନ୍ତୁ ଏହି କନେକ୍ସନରେ ନୂଆ ରଙ୍ଗ ଲଗାଇଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ସେ ନିକଟରେ ନିଜ ଅପକମିଂ କମେଡି ଫିଲ୍ମ ‘ହାଉସଫୁଲ 4’ ପାଇଁ ‘ପ୍ରମୋଶନାଲ ଅନ ହ୍ବିଲ ଟ୍ରେନ’ ବୁକ କରିଥିଲେ । ଏବେ ଅକ୍ଷୟଙ୍କ ଏହି ଆଇଡିଆକୁ ଆପଣାଇବାକୁ ଯାଉଛନ୍ତି ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ ।
ଭାରତୀୟ ରେଲୱେର ଏହି ନୂଆ କନ୍ସେପ୍ଟ ଜରିଆରେ ପ୍ରମୋଶନ କରିବା ପାଇଁ ଅନାଇ ବସିଛନ୍ତି ସେଲିବ୍ରିଟି । ଅନେକ ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ, ପ୍ରଡକ୍ସନ ହାଉସ ଆଉ ବଡ ବଡ ଫିଲ୍ମ ଷ୍ଟାର୍ସ ବର୍ତ୍ତମାନ ଭାରତୀୟ ରେଲୱେ କବାଟ ପାଖରେ ଠିଆ ହୋଇଛନ୍ତି । ଟ୍ରେନ ଜରିଆରେ ନିଜ ଫିଲ୍ମ କିମ୍ବା ଧାରାବାହିକ, ରିୟାଲିଟି ଶୋକୁ ମଧ୍ୟ ପ୍ରୋମୋଟ କରିବା ପାଇଁ ପ୍ଲାନିଂ କରୁଛନ୍ତି ମେକର୍ସ । ଏହି କ୍ରମରେ ଏବେ ସଲମାନଙ୍କ ନାମ ଶୁଣିବାକୁ ମିଳୁଛି ।
ରେଲୱେ ଅନୁଯାୟୀ ସଲମାନ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ 3’ ପ୍ରମୋଶନ ପାଇଁ ଟ୍ରେନ ବୁକ କରିପାରନ୍ତି । ଖାଲି ‘ଦବଙ୍ଗ 3’ ନୁହେଁ ବରଂ ରୋମାଣ୍ଟିକ ଫିଲ୍ମ ‘ମରଜାୱାଂ’,‘ P ସେ ପ୍ୟାର F ଫରାର’, ‘ଷାଣ୍ଢ କି ଆଖଁ’ ଏବଂ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ଛପାକ’ର ମେକର୍ସ ମଧ୍ୟ ଟ୍ରେନରେ ପ୍ରମୋଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।