ETV Bharat / sitara

Afghan crisis: ୨୦ ବର୍ଷ ପୂର୍ବରୁ ଭୟରେ ଦେଶ ଛାଡି଼ଥିଲେ ଅଭିନେତ୍ରୀ ୱରିନା - ଲଭୟାତ୍ରୀ ଅଭିନେତ୍ରୀ

ନିଜ ଅତୀତର ଛାତିଥରା କାହାଣୀକୁ ଖୋଲିଛନ୍ତି ବଲିଉଡ଼ ଅଭିନେତ୍ରୀ ତଥା ଆଫଗାନି ୱରିନା ହୁସେନ । ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ସମ୍ପର୍କରେ ମତ ରଖିବା ବେଳେ ସେ ନିଜ ଅତୀତ ସମ୍ପର୍କରେ କହିଛନ୍ତି । ଅଧିକ ପଢନ୍ତୁ...

Afghan crisis: ଭୟରେ ୨୦ ବର୍ଷ ପୂର୍ବରୁ ଦେଶ ଛାଡି଼ଥିଲେ ଅଭିନେତ୍ରୀ ୱରିନା

author img

By

Published : Aug 22, 2021, 1:05 PM IST

ହାଇଦ୍ରାବାଦ: ବର୍ତ୍ତମାନ ଆଫଗାନିସ୍ତାନର ପରିସ୍ଥିତି ଦେଖି ଅତୀତର ପୃଷ୍ଠାକୁ ଲେଉଟାଇଛନ୍ତି ବଲିଉଡ଼ ଅଭିନେତ୍ରୀ ୱରିନା ହୁସେନ । ତାଲିବାନଙ୍କ ଭୟରେ ତାଙ୍କ ପରିବାର ଗତ ୨ ଦଶନ୍ଧି ପୂର୍ବରୁ ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ଇତିହାସର ପୁନରାବୁତ୍ତି ଦେଖି ତାଙ୍କର ପୂର୍ବକଥା ମନେପଡ଼ିଯାଉଛି ବୋଲି କହିଛନ୍ତି ଏହି 'LOVEYATRI' ଅଭିନେତ୍ରୀ ।

ତାଲିବାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଏବେ ଆଫଗାନିସ୍ତାନରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ୨୦ ବର୍ଷ ପୂର୍ବରୁ ଅଙ୍ଗେ ନିଭେଇ ସାରିଛନ୍ତି ଏହି ଅଭିନେତ୍ରୀ । ବର୍ତ୍ତମାନ ଅନେକ ପରିବାରକୁ ସେହି ସମାନ ସ୍ଥିତିରେ ୱରିନା ଦେଖୁଛନ୍ତି । ଏଭଳି ଦୃଶ୍ୟ ଦେଖି ସେ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି । ତେବେ ୱରିନା ଗତ ୨୦୧୮ ମସିହାରେ ସଲମାନ ଖାନଙ୍କ ଫିଲ୍ମ 'ଲଭୟାତ୍ରୀ'ରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ସେ ଦବଙ୍ଗ-୩ରେ ମୁନ୍ନା ବଦନାମ ସଙ୍ଗୀତରେ ମଧ୍ୟ ନଜର ଆସିଥିଲେ ।

ତେବେ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ଉପରେ ମନ୍ତବ୍ୟ ଦେବା ସମୟରେ ସେ ଅତୀତର ଏହି ଛାତିଥରା କାହାଣୀକୁ କହିଛନ୍ତି । ଆଫଗାନିସ୍ତାନରେ ଏହି ଯୁଦ୍ଧ ପାଇଁ ସେ ଓ ତାଙ୍କ ପରିବାର ବାଧ୍ୟ ହୋଇ ନିଜ ଦେଶକୁ ଛାଡ଼ିଥିଲେ । ଦେଶ ଛାଡ଼ି ସେ ନ୍ୟୁୟର୍କରେ ପାଠ ପଢୁଥିଲେ । ଛୁଟି ମିଳିଲେ ସେ ତାଙ୍କ ପରିବାର ସହିତ ଆଫଗାନିସ୍ତାନର ରାଜଧାନୀ କାବୁଲ ଯାଇ ଛୁଟି କାଟୁଥିଲେ । କିନ୍ତୁ ବର୍ତ୍ତମାନ ତାହା ଅସମ୍ଭବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ଭାରତରେ ରହୁଥିବାରୁ ସେ ନିଜକୁ ଭାଗ୍ୟବତୀ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତ ଆଫିଗାନିଙ୍କ ପାଇଁ ଏହା ସମ୍ଭବ ହୋଇନପାରେ । ତାଲିବାନ ଭୟରେ ଅନେକ ଆଫଗାନି ବର୍ତ୍ତମାନ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି । ଏମାନଙ୍କ ସଂଖ୍ୟା ଅଧିକ ଥିବାରୁ ଅନ୍ୟ ଦେଶର ନାଗରିକତ୍ବ ପାଇବା ବର୍ତ୍ତମାନ କଷ୍ଟକର ବୋଲି ସେ କହିଛନ୍ତି । ଆଫଗାନି ମହିଳାଙ୍କ ସମ୍ପର୍କରେ ୱରିନା କହିଛନ୍ତି ଯେ ବର୍ତ୍ତମାନ ଆଫଗାନିସ୍ତାନରେ ଥିବା ମହିଳାମାନେ କେବଳ ସନ୍ତାନ ଜନ୍ମ କରିବା ମେସିନ ସଦୃଶ । ସେମାନେ ଏବେ ନିଜର ସମସ୍ତ ସ୍ବାଧୀନତା ହରାଇଛନ୍ତି । ଏହାରି ମଧ୍ୟରେ ଆମେରିକା ଏଥିରେ ହସ୍ତକ୍ଷେପ କରୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ୱରିନା ବର୍ତ୍ତମାନ ନିଜର ଦ୍ବିତୀୟ ବଲିଉଡ ପ୍ରୋଜେକ୍ଟ Freddy Daruwallaର ସୁଟିଂ ଶେଷ କରିଛନ୍ତି । ସୁପରନ୍ୟାଚୁରାଲ ଥ୍ରିଲର ଫିଲ୍ମ 'ଦି ଇନକମ୍ପଲିଟ ମ୍ୟାନ'ର ମଧ୍ୟ ସୁଟିଂ ସେ ଗୋଆରେ ଶେଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.