ମୁମ୍ବାଇ: ଆଡଲ୍ଟ ଷ୍ଟାର ମିଆ ଖଲିଫା ନିକଟରେ ଟ୍ବିଟ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନର ସମର୍ଥନ କରିଥିଲେ । ଯାହା ପରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ଅନେକ ଲୋକ ତାଙ୍କ ବିରୋଧରେ ନଜର ଆସୁଛନ୍ତି । ଏହା ପରେ ମିଆ ଶୁକ୍ରବାର ଦିନ ଆଉ ଏକ ଟ୍ବିଟ କରି କହିଛନ୍ତି ଯେ ସେ ନିଜ କଥାରୁ ଓହରିବେ ନାହିଁ ।
-
Confirming I have in fact regained consciousness, and would like to thank you for your concern, albeit unnecessary. Still standing with the farmers, though ♥️ pic.twitter.com/ttZnYeVLRP
— Mia K. (@miakhalifa) February 4, 2021 " class="align-text-top noRightClick twitterSection" data="
">Confirming I have in fact regained consciousness, and would like to thank you for your concern, albeit unnecessary. Still standing with the farmers, though ♥️ pic.twitter.com/ttZnYeVLRP
— Mia K. (@miakhalifa) February 4, 2021Confirming I have in fact regained consciousness, and would like to thank you for your concern, albeit unnecessary. Still standing with the farmers, though ♥️ pic.twitter.com/ttZnYeVLRP
— Mia K. (@miakhalifa) February 4, 2021
ମିଆ ନିଜ ସହ ଆମେରିକାର ଜଳବାୟ କାର୍ଯ୍ୟକର୍ତ୍ତା ଗ୍ରେଟା ଥୁନବର୍ଗଙ୍କ ବିରୋଧରେ ହୋଇଥିବା ପ୍ରତିବାଦର ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ । ଯେଉଁଥିରେ ବିରୋଧୀମାନେ ମିଆ ଖଲିଫା ଚେତନା ଫେରି ପାଇଛନ୍ତି ବୋଲି ଲେଖାଥିବା ପ୍ଲାକାର୍ଡ ଧରି ପ୍ରଦର୍ଶନ କରୁଥିବାର ନଜର ଆସୁଛନ୍ତି। ଯାହାଦ୍ବାରା ବିକ୍ଷୋଭକାରୀ ତାଙ୍କ ପର୍ଣ୍ଣ ଷ୍ଟାର ହେବା ଉପରେ କଟାକ୍ଷ କରିଛନ୍ତି ।
ସେପଟେ ଏହାର କ୍ୟାପସନରେ ମିଆ ଜବାବ ଦେଇ ଲେଖିଥିଲେ, ‘ମୁଁ ମାନୁଛି ଯେ ପ୍ରକୃତରେ ମୁଁ ଚେତନା ଫେରିପାଇଛି ଆଉ ଆପଣଙ୍କ ଅନାବଶ୍ୟକ ଚିନ୍ତା ପାଇଁ ଧନ୍ୟବାଦ ଦେବାକୁ ଚାହେଁ । ମୁଁ ତଥାପି ଚାଷୀଙ୍କ ସହ ଛିଡା ହୋଇଛି।’
ପ୍ରକାଶ ଥାଉକି ମିଆ ପ୍ରଥମ ଟ୍ବିଟରେ ଚାଷୀ ଆନ୍ଦୋଳନରେ ଦୁଃଖ ପ୍ରକାଶ କରି ଲେଖିଥିଲେ, ‘ଏହା କି ପ୍ରକାର ମାନବିକ ଅଧିକାରର ଉଲ୍ଲଂଘନ ଘଟୁଛି? ସେମାନେ ଦିଲ୍ଲୀରେ ନେଟ କନେକ୍ସନ କାଟି ଦେଇଛନ୍ତି ।’