ETV Bharat / sitara

ପୁଣି ମ୍ୟୁଜିକାଲ ଭିଡିଓ ନେଇ ଫେରିବେ ଅଦନାନ

author img

By

Published : Feb 8, 2020, 4:43 PM IST

ଦୀର୍ଘ ସମୟ ପରେ ପରଦାରେ ଦର୍ଶକ ପୁଣି ଦେଖିବେ ଅଦନାନ ସାମୀଙ୍କ ମ୍ୟୁଜିକାଲ ଭିଡିଓ । ଏଥର ସେ ଫେମସ ଗୀତ ‘ତୁ ୟାଦ ଆୟା’ର ରିମେକ ନେଇ ଫେରିବେ ।

adnan sami
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ ଗାୟକ ଅଦନାନ ସାମୀ ଖୁବଶୀଘ୍ର ଫେମସ ଗୀତ ‘ତୁ ୟାଦ ଆୟା’ ରିମେକ ସହ ଫେରିବାକୁ ଯାଉଛନ୍ତି । ଯେଉଁଥିରେ ସଙ୍ଗୀତର ତଡକା ଲଗାଇଛନ୍ତି କୁନାଲ ବର୍ମା । ସେ ‘ତୁମ ହି ଆନା’ ଓ ଫିଲ୍ମ ‘ମଲଙ୍ଗ’ ଫିଲ୍ମର ଲିରିକ୍ସ ଲେଖି ଖୁବ୍ ଫେମସ ହୋଇଛନ୍ତି।

ଏହି ଗୀତର ଭିଡିଓରେ ଅଦନାନଙ୍କ ସହ ଅଭିନେତ୍ରୀ ଅଦା ଶର୍ମା ନଜର ଆସିବେ । ଏକ ଲଭଷ୍ଟୋରିକୁ ନେଇ ଆଧାରିତ ଏହି ମ୍ୟୁଜିକାଲ ଭିଡିଓ । ଏହି ଅବସରରେ କୁନାଲ କହିଛନ୍ତି ଯେ, ଏହି ଗୀତକୁ ଦୀର୍ଘ ସମୟ ପୂର୍ବରୁ କମ୍ପୋଜ କରାଯାଇଥିଲା । ଗତ କିଛି ଦିନରୁ ଏହି ଗୀତ ବିଷୟରେ ସେ ଭାବିଥିଲେ ।

ପରେ ଏହାକୁ ସେ ରେକର୍ଡ କରିଥିଲେ । ଏହାର ଲିରିକ୍ସ ମଧ୍ୟ ସେ ଲେଖିଥିଲେ । ଆଉ ଯେତେବେଳେ ସେ ଟି-ସିରିଜକୁ ଏହି ଗୀତ ଶୁଣାଇଥିଲେ, ତେବେ ଗୀତଟିକୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ । ଗୀତ ପୁରା ଲେଖିବାକୁ କୁହାଯାଇଥିଲା । ଗୀତଟିକୁ ଚଳିତ ମାସ ଶେଷ ସପ୍ତାହରେ ରିଲିଜ କରାଯିବ ।

‘ଲିଫ୍ଟ କରା ଦୋ’ ଓ ‘ତେରା ଚେହରା’ ଭଳି ଲୋକପ୍ରିୟ ଗୀତ ଗାଇ ଫେମସ ହୋଇଥିବା ଅଦନାନ ମଧ୍ୟ କହିଛନ୍ତି ଯେ ଭୂଷଣ, ଟି-ସିରିଜ ଓ ତାଙ୍କ ସମ୍ପର୍କ 20 ବର୍ଷ ପୁରୁଣା । ପୁଣିଥରେ ଏକାଠି କାମ କରିବାକୁ ଆମ ମଧ୍ୟରେ କିଛି ଦିନ ହେବ କଥାବାର୍ତ୍ତା ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.