ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପାଇଁ ବଢିଲା ଅଡୁଆ । ନିକଟରେ ତାଙ୍କ ବିରୁଦ୍ଧରେ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀଙ୍କ ଭଉଣୀ ଗମ୍ଭୀର ଅଭିଯୋଗ କରିଛନ୍ତି ।
ମୁମ୍ବାଇ ପୋଲିସକୁ ଆଦିତ୍ୟଙ୍କ ବିରୋଧରେ ଅଭିନେତ୍ରୀଙ୍କ ଭଉଣୀ ଇ-ମେଲ ଯୋଗେ ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।
ଏଥିରେ ଆଦିତ୍ୟଙ୍କ ବିରୁଦ୍ଧରେ ମାରପିଟ ଏବଂ ଶୋଷଣର ଅଭିଯୋଗ ଦର୍ଶାଯାଇଛି । ମୁଖ୍ୟକଥା ହେଲା କି ଏହି ମାମଲାଟି 13 ବର୍ଷ ପୁରୁଣା । ତେବେ ଅଭିନେତ୍ରୀଙ୍କ ଭଉଣୀଙ୍କ ଓକିଲ ତାଙ୍କ ବିରୁଦ୍ଧରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିବା ନେଇ ପୂର୍ବରୁ ଧମକ ଦେଇଥିବା କହିଛନ୍ତି ଆଦିତ୍ୟ । ସେ ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମକଦମା ମଧ୍ୟ ଦାଏର କରିଛନ୍ତି । ସାକ୍ଷୀ ଏକଜୁଟ କରିବାରେ 13 ବର୍ଷ ଲାଗିଥିବାରୁ ଏତେ ବିଳମ୍ବରେ ଏହି ମାମଲା ସାମନାକୁ ଆସିଥିବା ଅଭିଯୋଗକାରିଣୀ କହିଛନ୍ତି । ସେପଟେ ଏହି ମାମଲା ଆଦିତ୍ୟଙ୍କ ପତ୍ନୀଙ୍କୁ ଜଣାଥିବା କହିଛନ୍ତି ଅଭିଯୋଗକାରିଣୀ ।